ଭୁବନେଶ୍ବରରେ ବିଜେପି ଏସଟି ମୋର୍ଚ୍ଚାର ମହାଧିବେଶନରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ
16/12/2018 at 2:48 PM

ଭୁବନେଶ୍ବରରେ ବିଜେପି ଏସଟି ମୋର୍ଚ୍ଚାର ମହାଧିବେଶନରେ ଫେବ୍ରୁଆରୀ ୨ ଓ ୩ଦୁଇଦିନ ଧରି ହେବ।ମହାଧିବେଶନରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଫେବ୍ରୁଆରୀ ୨ ଓ ୩ରେହେବାକୁ ଥିବା ଏହି ମହାଧିବେଶନରେ ଦେଶର ୫ ହଜାରରୁ ଅଧିକ ଆଦିବାସୀ ନେତା ଉପସ୍ଥିତ ରହିବେ। ୩ତାରିଖରେ ଆଦିବାସୀ ହକ୍ ପାଇଁ ଏକ ବିଶାଲ ରାଲି ରାଜଧାନୀରେ ଆୟୋଜନ କରିବ ବିଜେପି।ଏକ ଲକ୍ଷ ଆଦିବାସୀ ଏଥିରେ ଯୋଗ ଦେବେ। ଆଦିବାସୀଙ୍କୁ ଜମିପଟ୍ଟା ମିଳିଥିଲେ ମଧ୍ୟ ଜମି ନ ମିଳିବା,ପ୍ରତି ୬ ବର୍ଷରେ ୬ମାସରେ ଜାତିଗତ ପ୍ରମାଣପତ୍ରର ନବୀକରଣ ବ୍ୟବସ୍ଥା ବନ୍ଦ କରିବା ଆଦି ଦାବି ବିଜେପି ଏହି ଅବସରରେ ଉଠାଇବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Related Posts
କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22 January 2021