Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ତିନି ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ; ୨୯ତମ ଦକ୍ଷିଣ କ୍ଷେତ୍ରୀୟ ପରିଷଦ ବୈଠକରେ କରିବେ ଅଧ୍ୟକ୍ଷତା

13/11/2021 at 12:35 PM

ହାଇଦ୍ରାବାଦ,୧୩/୧୧: ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩ ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ଆଜି ସନ୍ଧ୍ୟାବେଳେ ଅମିତ ଶାହ ତିରୁପତି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିବେ ଓ ରାତିରେ ତୀର୍ଥ ନଗରୀରେ ରହିବେ। ଅମିତ ଶାହା ୧୪ ନଭେମ୍ବରରେ ୨୯ତମ ଦକ୍ଷିଣ କ୍ଷେତ୍ରୀୟ ପରିଷଦ ବୈଠକରେ ଯୋଗଦେଇ ଏହାର ଅଧ୍ୟକ୍ଷତା କରିବେ। ଏହି ବୈଠକ ତିରୁପତିରେ ହେବ ।  ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡି ତାଙ୍କ କ୍ୟାବିନେଟ ସହଯୋଗୀମାନଙ୍କ ସହ ଚିତ୍ତୁର ଜିଲ୍ଲାରେ ଅପେକ୍ଷା କରିବେ ବୋଲି ଜଣାପଡ଼ିଛି ।

କେନ୍ଦ୍ର ଗୃହମନ୍ତ୍ରୀ ରବିବାର ସକାଳେ ନିଲ୍ଲୋର ଜିଲ୍ଲାରେ ୱେଙ୍କଟଚଲମ ଯିବେ। ସେଠାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ଉପରାଷ୍ଟ୍ରପତିଙ୍କ ଝିଅ ଦୀପାଙ୍କ ଦ୍ୱାରା ସଞ୍ଚାଳିତ ସ୍ୱର୍ଣ୍ଣଭାରତୀ ଟ୍ରଷ୍ଟର ଅକ୍ଷରା ବିଦ୍ୟାଳୟ ଓ ସୋମା ବ୍ୟବସାୟିକ କେନ୍ଦ୍ର ବୁଲି ଦେଖିବେ। ସେ ଦ୍ୱିପ୍ରହରରେ ଟ୍ରଷ୍ଟର ୨୦ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ। ଏହି ଟ୍ରଷ୍ଟ ପରିସରରେ ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପ୍ରହର ଭୋଜନ ଗ୍ରହଣ କରିବେ ।

ଭୋଜନ ପରେ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ହୋଟେଲ ତାଜ୍‌ରେ ହେବାକୁ ଥିବା ଦକ୍ଷିଣ କ୍ଷେତ୍ରୀୟ ପରିଷଦ ବୈଠକରେ ଯୋଗଦେବା ପାଇଁ ତିରୁପତି ଯିବେ। ସମସ୍ତ କାର୍ଯ୍ୟକ୍ରମ ଶେଷ ହେଲା ପରେ ତିରୁମାଲା ଯାଇ ସେଠାରେ ରାତ୍ରି ବିଶ୍ରାମ କରିବେ ଶାହ। ସୋମବାର ସକାଳେ ଭେଙ୍କଟେଶ୍ୱରଙ୍କ ପାଖରେ ପୂଜା କରି ତିରୁପତି ରାସ୍ତାରେ ସେ ଦିଲ୍ଲୀକୁ ଫେରିବେ ବୋଲି ଜଣାପଡ଼ିଛି ।

   Related Posts