Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଶୁକ୍ରବାର ରାତିରେ ଗୁଜୁରାଟ ଯାଇଥିଲେ ଅମିତ ଶାହା ; ଦଳୀୟ ନେତାଙ୍କ ସହ ସିକ୍ରେଟ୍‌ ମିଟିଂ ପରେ ଶନିବାର ରୂପାଣୀଙ୍କ ଇସ୍ତଫା

12/09/2021 at 12:27 PM

ଅହମଦାବାଦ ୧୨/୦୯ : ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ରାଜନୈତିକ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟତର କୁହାଯାଉଥିବା ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି । ଶନିବାର ଅପରାହ୍ନରେ ଯେତେବେଳେ ରୂପାଣୀ ରାଜ୍ୟପାଳଙ୍କୁ ଭେଟିଥିଲେ ସେବେଯାଏଁ ମଧ୍ୟ କାହାରିକୁ ଅନ୍ଦାଜ ନଥିଲା ଯେ, ସେ ଇସ୍ତଫା ଦେବାକୁ ଯାଇଛନ୍ତି । କିନ୍ତୁ ମାତ୍ର କିଛି ମିନିଟ୍‌ ପ​‌ରେ ଶୁଣିବାକୁ ମିଳିଲା ଯେ, ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ବିଜୟ ରୂପାଣୀଙ୍କ ଅଚାନକ୍‌ ଇସ୍ତଫା ଅନେକଙ୍କୁ ତାଜୁବ କରିଦେଇଥିଲା । ଅମିତ ଶାହାଙ୍କ ଗସ୍ତ ପରେ ହିଁ ଏସବୁ ହୋଇଥିବା ଜଣାପଡିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଚାନକ ଶୁକ୍ରବାର ରାତିରେ ଗୁଜୁରାଟ ଗସ୍ତ କରିଥିଲେ ଏବଂ ସକାଳୁ ପୁଣି ଦିଲ୍ଲୀ ଫେରିଆସିଥିଲେ । ତେବେ ଶୁଣିବାକୁ ମିଳୁଛି, ବିଜୟ ରୂପାଣୀଙ୍କ ଇସ୍ତଫା ପ୍ରସଙ୍ଗରେ କଥା ହେବା ପାଇଁ ଗୁଜୁରାଟ ଗସ୍ତ କରିଥିଲେ ଶାହା । ସେଠାରେ ବିଜେପିର ପରିଷ୍ଠ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଉକ୍ତ ବୈଠକରେ ହିଁ ବିଜୟ ରୂପାଣୀଙ୍କ ଇସ୍ତଫା ନିଷ୍ପତ୍ତି ନିଆଯାଇଥିଲା ବୋଲି ଚର୍ଚ୍ଚା ହେଉଛି ।

କିନ୍ତୁ ବୈଠକ ବିଷୟରେ କୌଣସି ପୂର୍ବ ସୁରାକ୍‌ ଟିକେ ବି ମିଳିନଥିଲା । ଅଚାନକ୍‌ ଶାହାଙ୍କ ଗସ୍ତ ପରେ ମାରାଥନ୍‌ ବୈଠକ ଏବଂ ଶେଷରେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀଙ୍କ ଇସ୍ତଫା ଥିଲା ପୂରା ଘଟଣାକ୍ରମ । ତେବେ ଶାହାଙ୍କ ଗସ୍ତ ଏବଂ ବୈଠକକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯାଇଥିଲା ଏବଂ କାହାରିକୁ ସିରାକ୍‌ ଟିକେ ବି ମିଳିନଥିଲା । ଏପରିକି ଗୁଜୁରାଟର ଅନେକ ବିଧାୟକ ଏବଂ ମନ୍ତ୍ରୀଙ୍କୁ ମଧ୍ୟ ସୁରାକ୍‌ ମିଳିନଥିଲା । ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ପରଦିନ ସକାଳୁ ହିଁ ଦିଲ୍ଲୀ ଫେରିଥିଲେ ଅମିତ ଶାହା ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ କାହିଁକି ଇସ୍ତଫା ଦେଲେ ଏହା ପଛର କାରଣ କଣ ସେ ନେଇ କୌଣସି କେହି କିଛି ସୂଚନା ଦେବାକୁ ପ୍ରସ୍ତୁତ ନାହାନ୍ତି । ଅନୁମାନ କରାଯାଉଛି ଯେ, ଗୁଜୁରାଟରେ କରୋନାର ଦ୍ବିତୀୟ ଲହର ସମୟରେ ସଂକ୍ରମଣ ବୃଦ୍ଧି ଏବଂ ରାଜ୍ୟରେ ବିରୋଧୀଙ୍କ ଦବଦବା ବଢୁଥିବାରୁ ତାଙ୍କୁ ଚୌକି ଛାଡିବାକୁ କୁହାଯାଇଛି । ଗତ ଏପ୍ରିଲ-ମେ ମାସରେ ଗୁଜୁରାଟରେ ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ କଡା ଟିପ୍ପଣୀ ଦେଇଥିଲେ ହାଇ କୋର୍ଟ । ଯାହାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ସିଏମ୍‌ ରୂପାଣୀ ।   

   Related Posts