Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଶାହାଙ୍କ ମିଶନ ବେଙ୍ଗଲ୍ : ହାଓ୍ବଡାରେ କରିବେ ବିଶାଳ ରାଲି, ଗେରୁଆ ଦଳରେ ସାମିଲ ହେବେ ଆଉ କିଛି ଅସନ୍ତୁଷ୍ଟ ଟିଏମସି ନେତା !

22/12/2020 at 2:43 PM

କୋଲକାତା ୨୨/୧୨ : ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୀତି ଜୋର ଧରିଲାଣି । ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଜୋରଦାର ପ୍ରୟାସ ଜରାଯାଉଛି । ଏ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କର ମାରାଥନ୍ ରାଲି ଏବଂ ଦଳୀୟ ନେତାମାନଙ୍କର ଘନ ଘନ ବୈଠକ ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ସରଗରମ କରିଛି । ଦୁଇ ଦିନ ତଳେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ବହୁ ଅସନ୍ତୁଷ୍ଟ ଟିଏମସି ବିଧାୟକ, ସାଂସଦ, ପୂର୍ବତନ ସାଂସଦ ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।

ଶାହାଙ୍କ ଗସ୍ତ ପରେ ପଶ୍ଚିମବଙ୍ଗରେ ରାଜନୀତି ସରଜରମ ହୋଇଯାଇଛି । ତେବେ ଆସନ୍ତା ଜାନୁୟାରୀ ମାସରେ ପୁଣି ଥରେ କୋଲକାତା ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହା । ୧୨ ଜାନୁୟାରୀରେ ଶାହା ହାଓ୍ବଡାରେ ଏକ ସଭାରେ ଯୋଗ ଦେବେ । ତେବେ ଶୁଣିବାକୁ ମିଳୁଛି ଏହି ସଭାରେ ଟିଏମସିର ଏକ ବଡ ଗୋଷ୍ଠୀ ବିଜେପିରେ ସାମିଲ ହୋଇପାରନ୍ତି । ୧୨ ଜାନୁୟାରୀରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଏକ ବଡ ପରିବର୍ତ୍ତନ କରିବାକୁ ଚାହୁଁଛି ବିଜେପି ।

ଗୃହମନ୍ତ୍ରୀ ଅମିତ ଶାହା ଗତ ୧୯ ତାରିଖରେ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ଅବସରରେ ସେ ଅନେକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଚାଷୀଙ୍କ ଘରେ ଭୋଜନ କରିଥିଲେ । ଏହା ବାଦ ରୋଡ୍ ସୋ ଏବଂ ରାଲିକୁ ମଧ୍ୟ ସମ୍ବୋଧିତ କରିଥିଲେ ଶାହା । ମେ ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ଟିଏମସି ଏବଂ ବିଜେପି ମଧ୍ୟରେ ରାଜନୈତିକ ଲଢେଇ ତୀବ୍ର ହେବାରେ ଲାଗିଛି ।

ଗୃହମନ୍ତ୍ରୀ ଅମିତ ଶାହା ପ୍ରାୟତଃ ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଆସନ୍ତା ନିର୍ବାଚନରେ ୨୦୦ରୁ ଅଧିକ ସିଟ୍ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେପି । ତେବେ ଟିଏମସିର ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି ଆସନ୍ତା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ଦିଇ ଅଙ୍କ ମଧ୍ୟ ପାର କରିପାରିବ ନାହିଁ ।    

   Related Posts