ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

Published By : Prameya-News7 Bureau | June 30, 2018 IST

ଫୋକସରେ ଓଡ଼ିଶା । ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଭୁବନେଶ୍ବରରେ ଆୟୋଜିତ ଦିନିକିଆ କାର୍ଯ୍ୟକ୍ରମରେ ଅମିତ ଶାହ ଯୋଗ ଦେବେ । ମିଶନ ୧୨୦ ନେଇ ଆଲୋଚନା ହେବ । ଏଥି ସହ ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବେ ଶାହା । ବୁଥ ସ୍ତରରୁ ତୃଣମୂଳ କର୍ମୀଙ୍କୁ ନେଇ ସଂଗଠନ ସୁଦୃଢ କରିବା ପାଇଁ ଯେଉଁ ମନ୍ତ୍ର ଦିଆଯାଇଛି, ତାହା ସବୁଠି ପହଞ୍ଚିଛି ନା ନାହିଁ ତାର ମଧ୍ୟ ହିସାବ ନେବେ ଅମିତ ଶାହା । ସେହିପରି ଜୁଲାଇ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାର କାର୍ଯ୍ୟକ୍ରମ ରହିଛି । ପୂର୍ବ ଭାରତ ଦଖଲ ଯୋଜନାରେ ଥିବା ବିଜେପି ୨୦୧୯ ଲାଗି ଓଡିଶାକୁ ଟାର୍ଗେଟ କରିଛି । ବିଜେପିର କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଓଡିଶା ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.