ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ନେତାମାନଙ୍କ ବୈଠକ ଡାକିଲେ ଅମିତ ଶାହା, ହୋଇପାରେ ବଡ ନିଷ୍ପତ୍ତି

Published By : Prameya-News7 Bureau | June 09, 2019 IST

ନୂଆଦିଲ୍ଲୀ ୯|୬: ଆସନ୍ତା ୧୩ ଏବଂ ୧୪ତାରିଖରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଛାମୁଆ ନେତାଙ୍କ ବୈଠକ ଡାକିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହାଆଗରୁ ଆଜି କୋର କମିଟି ବୈଠକ ଚାଲିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ଜୋରଦାର ଜିତ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବେ ଗୃହମନ୍ତ୍ରୀ ଦାୟିତ୍ବରେ | ବିଜେପିରେ ଗୋଟିଏ ବ୍ୟକ୍ତି, ଗୋଟିଏ ପଦ ନିୟମ ଚାଲୁଥିବା ବେଳେ ଏବେ ସବୁଠୁ ବଡ ପ୍ରଶ୍ନ କିଏ ହେବ ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେଣୁ ଆସନ୍ତା ୧୩ ଏବଂ ୧୪ ତାରିଖ ବୈଠକରେ ସାଂଗଠନିକ ନିର୍ବାଚନ ନେଇ ଆଲୋଚନା ହେବ । ଶାହା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ନେତାମାନଙ୍କୁ ନେଇ ସମୀକ୍ଷା କରିବେ । ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତିଙ୍କୁ ପରିବର୍ତ୍ତନ କରାଯିବା ସହ କିଛି ବଡ ନିଷ୍ପତି ନିଆଯାଇପାରେ | ବୁଥସ୍ତରରୁ ଆରମ୍ଭ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ପର୍ଯ୍ୟନ୍ତ ସଂଗଠନର ପୁନଃଗଠନ ହେବ ।

ଏପଟେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି କୋର୍ କମିଟି ବୈଠକ ବସିଛି । ରାଜ୍ୟରେ ବିଜେପିର ପରାଜୟ ନେଇ ସମୀକ୍ଷା ହୋଇଛି । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସମେତ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜୟ ମହାପାତ୍ର ଓ କେଭି ସିଂଦେଓ ପ୍ରମୁଖ ସାମିଲହୋଇଛନ୍ତି । ଓଡ଼ିଶାରେ କାହିଁକି ମିଶନ ୧୨୦ ପ୍ଲସ୍ ଫେଲ୍ ମାରିଲା ସେନେଇ ବୈଠକରେ ଚର୍ଚ୍ଚା ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.