ବଙ୍ଗଳା ଦଖଲ ପାଇଁ ବିଜେପିର ମାଷ୍ଟର ପ୍ଳାନ୍ ! ପୁଣି ଜାନୁଆରୀ ୩୦ରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଅମିତ ଶାହା
2/01/2021 at 4:51 PM

କୋଲକାତା ୦୨/୦୧: ବିଜେପିର ମିଶନ ବଙ୍ଗଳା। ପୁଣିଥରେ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଜାନୁଆରୀ ୩୦ରେ ଦିଦିଙ୍କ ଗଡ଼ରେ ଗର୍ଜିବେ ଶାହା। ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁସାରେ ଶାହା ନିଜର ଆଗାମୀ ଗସ୍ତ ସମୟରେ ଉତ୍ତର ପ୍ରାଗଣାରେ ଆୟୋଜିତ ହେବାକୁ ଥିବା ବିଶାଳ ରାଲିରେ ମାଟୁଆ ସମ୍ପ୍ରଦାୟକକୁ ସମ୍ବୋଧନ କରିବେ।
ପଶ୍ଚିମବଙ୍ଗରେ ଚଳିତ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ମାଟୁଆ ସମ୍ପ୍ରଦାୟ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ ଭୋଟ ବ୍ୟାଙ୍କ। ୨୦ ବିଧାନସଭା ଆସନରେ ଏହି ସମ୍ପ୍ରଦାୟର ବେଶ ଭୂମିକା ରହିଛି। ଠାକୁର ନଗରରେ ଅମିତ ଶହା ଏହି ସମ୍ପ୍ରଦାୟକୁ ଶାହା ସମ୍ବୋଧନ କରିପାରନ୍ତି। ଏହି ରାଲିରେ ମାଟୁଆ ସମ୍ପ୍ରଦାୟର ବିଜେପି ସାଂସଦ ଶାନ୍ତନୁ ଠାକୁର ଅଂଶଗ୍ରହଣ କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି।
ଡିସେମ୍ବର ୧୯-୨୦ ପରେ ଶାହାଙ୍କ ଏହା ଦ୍ବିତୀୟ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ହେବ। ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ହେଭିଓ୍ବେଟ୍ଙ୍କ ଘନ ଘନ ଗସ୍ତ ଟିଏମସି ପାଇଁ ଚିନ୍ତାର କାରଣ ପାଲଟିଛି। ଡିସେମ୍ବରରେ ଶାହାଙ୍କ ଗସ୍ତ ସମୟରେ ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ‘ପଦ୍ମ’ ଧରିଛନ୍ତି। ଗସ୍ତ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ରାଲିରେ ଶାହା ଅଂଶଗ୍ରହଣ କରିଥିଲେ। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ ଅମିତ ଶାହା।