Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ବଟନ୍ ଏତେ ଜୋରରେ ଚାପିବେ ଯେ ବଟନ୍ ଏଇଠି ଚାପିଲେ ଦିଦିଙ୍କୁ କୋଲକାତାରେ କରେଣ୍ଟ ଲାଗିବ-ଅମିତ ଶାହ

18/04/2021 at 5:09 PM

ନୂଆଦିଲ୍ଲୀ ୧୮/୦୪ : ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ନଦିୟା ଜିଲ୍ଲାର ନକାଶିପାରାରେ ରବିବାର ଦିନ ଏକ ରୋଡ଼ ଶୋ’ କରିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ଯେ ନକାଶିପାରାରେ ବଟନ୍ ଏତେ ଜୋରରେ ଚାପିବେ ଯେ ବଟନ୍ ଏଇଠି ଚାପିଲେ ଦିଦିଙ୍କୁ କୋଲକାତାରେ କରେଣ୍ଟ ଲାଗିବ।

ରୋଡ଼ ଶୋ’ ବେଳେ ଲୋକଙ୍କୁ ସମ୍ବୋଧିତ କରି ଅମିତ ଶାହ କହିଥିଲେ, ‘ପଦ୍ମ ଫୁଲରେ ତ ଆପଣମାନଙ୍କୁ ବଟନ୍ ଚାପିବାର ଅଛି। ତେବେ ଗୋଟିଏ କଥା ପ୍ରତି ଦୃଷ୍ଟି ଦିଅନ୍ତୁ, ବଟନ୍ ଏତେ ଜୋରରେ ଓ ରାଗିକି ଚାପିବେ ଯେ ବଟନ୍ ଏଇଠି ଚାପିଲେ ଦିଦିଙ୍କୁ କୋଲକାତାରେ କରେଣ୍ଟ ଲାଗିବ।’

ପଶ୍ଚିମବଙ୍ଗ ସ୍ୱରୂପନଗରରେ ରବିବାର ଦିନ ଗୃହମନ୍ତ୍ରୀ ଅମିତ ଶାହ ଏକ ରାଲିରେ ସାମିଲ ହୋଇଥିଲେ। ସେ କହିଥଲେ, ‘ଦିଦି କୁହନ୍ତି ଆମେ ସିଏଏ ଆସିବାକୁ ଦେବୁନି, ଆରେ ଦିଦି ତୁମେ କଣ ସିଏଏ ରୋକିବ। ୨ ତାରିଖରେ ଆପଣଙ୍କର ବିଦାୟ ନିଶ୍ଚୟ। ତାପରେ ସିଏଏ ଆସିବ। ମେ’ ୨ କୁ ବିଜେପି ସରକାର ସବୁ ଶରଣାର୍ଥୀଙ୍କୁ ଆଲିଙ୍ଗନ କରି ସମ୍ମାନର ସହ ନାଗରିକତା ପ୍ରଦାନ କରିବ।’

ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହ ଦୃଢୋକ୍ତି ପ୍ରକାଶ କରି କହିଥିଲେ ମୁଖ୍ୟମନ୍ତ୍ରୀ ଓ ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀଠୁ ପରାଜିତ ହେବେ ଓ ତାପରେ ତାଙ୍କୁ ଏଠାରୁ ଯିବାକୁ ହେବ। ସେ କହିଛନ୍ତି, ୫ଟି ପର୍ଯ୍ୟାୟରେ ଯେଉଁ ୧୮୦ ଆସନ ପାଇଁ ମତଦାନ ହୋଇଛି। ସେଥିରୁ ୧୨୨ ରୁ ଅଧିକ ଆସନରେ ବିଜେପି ଜିତିବ। ରାଲିରେ ଅମିତ ଶାହ କହିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନ ଜିତିବେ। ସେ କହିଛନ୍ତି ମମତା ବାନାର୍ଜୀଙ୍କୁ ତାଙ୍କ ଦକ୍ଷତା ଅନୁସାରେ ବଡ ପରାଜୟ ସହ ବିଦା କରାଯିବା ଉଚିତ।

   Related Posts