ତାମିଲନାଡୁରେ ସୁପରଷ୍ଟାର ରଜନୀକାନ୍ତ ହେବେ ବିଜେପିର ଚେହେରା ! କାମ ଦେବ କି ଶାହାଙ୍କ ରଣନୀତି ?

Published By : Prameya-News7 Bureau | November 22, 2020 IST

ଚେନ୍ନାଇ ୨୨/୧୧ : ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ଚେନ୍ନାଇ ଗସ୍ତ କରିଛନ୍ତି । AIADMK ସହ ମେଣ୍ଟ କରି ଆଗାମୀ ନିର୍ବାଚନ ଲଢିବାକୁ ସ୍ପଷ୍ଟ କରିଛି ବିଜେପି । ତେଣୁ ଏଥର ତାମିଲନାଡୁରେ ବିଜେପିର ରଣନୀତି ଆକ୍ରମକ ହେବା ନେଇ ସୂଚନା ମିଳିଛି ।

{"id":365780,"width":580,"height":295,"sizeSlug":"large"}

ସୂଚନା ଅନୁସାରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ରାତିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଚାରକ ଏସ୍ ଗୁରୁମୂର୍ତ୍ତିଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ଆଲୋଚନା ହେଉଛି । ତାମିଲ ଫିଲ୍ମ ଜଗତର ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୖତିକ ମୁଦ୍ଦାକୁ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ଆରଏସଏସର ତାମିଲନାଡୁ ମୁଖ୍ୟ ଏସ୍ ଗୁରୁମୂର୍ତ୍ତି ରଜନୀକାନ୍ତଙ୍କୁ ଭେଟିଥିଲେ । ତେଣୁ ଶଣିବାକୁ ମିଳୁଛି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ରଜନୀକାନ୍ତ ବିଜେପି ସମର୍ଥନରେ ରାଜନୀତିରେ ଏଣ୍ଟ୍ରି ମାରିପାରନ୍ତି । ବର୍ତ୍ତମାନ ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଗସ୍ତରେ ଥିଲେ ମଧ୍ୟ ରଜନୀକାନ୍ତଙ୍କୁ ଭେଟିବେ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

{"id":365781,"sizeSlug":"large"}

ତେବେ ୨୦୧୭ ଡିସେମ୍ବର ୩୧ରେ ତାମିଲ ସୁପରଷ୍ଟାର ରଜନୀକାନ୍ତ ରାଜନୀତିକୁ ଆସିବା ନେଇ ସଙ୍କେତ ଦେଇଥିଲେ । ସେତେବେଳେ ​‌ସେ କହିଥିଲେ ଯେବେ ଠିକ୍ ସମୟ ଆସିଲେ ରାଜନୀତିରେ ପ୍ରବେଶ କରିବେ । ତେବେ ଏହି ବର୍ଷ ମାର୍ଚ୍ଚ ମାସରେ ଏକ ସାମ୍ବାଦିକ ସମ୍ମୀଳନୀ ଡାକି ବିବୃତି ଦେଇଥିଲେ ଯେ, ସେ ମୁଖ୍ୟମନ୍ତ୍ରୀ ହେବାକୁ ନାହି ଇଚ୍ଛୁକ ଅଛନ୍ତି ନାହି ଚାହୁଁଛନ୍ତି । ଏହାରି ମଧ୍ୟରେ ରଜନୀକାନ୍ତଙ୍କର ରାଜନୀତିରେ ପଦାର୍ପଣ କରିବା ଚର୍ଚ୍ଚା ଜୋରଧରିଛି ।

{"id":365782,"sizeSlug":"large"}

୨୦୧୬ ସାଧାରଣ ନିର୍ବାଚନରେ ତାମିଲନାଡୁରେ ମୋଦି ଲହର ଦେଖିବାକୁ ମିଳିନଥିଲା । ଦଳ ରାଜ୍ୟରେ ମୋଟ ୨୩୪ ଆସନରୁ ୧୮୮ଟିରେ ପ୍ରାର୍ଥୀ ଦେଇଥିଲେ ସୁଦ୍ଧା କୌଣସି ଗୋଟିଏ ଆସନରେ ଖାତା ଖୋଲି ପାରିନଥିଲା । ବିଜେପି ମାତ୍ର ୨.୮୪ ପ୍ରତିଶତ ଭୋଟ ମିଳିଥିଲା । କିନ୍ତୁ ଏଥର ଜେନତେନ ପ୍ରକାରେ ଦଳ ତାମିଲନାଡୁରେ  ଦମଦାର ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.