Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦିଲ୍ଲୀରେ Covid ନିୟନ୍ତ୍ରଣ ଲାଗି ଅଣ୍ଟା ଭିଡିଲେ ଅମିତ ଶାହ, କହିଲେ ଆବଶ୍ୟକ ପଡିଲେ ଏୟାରଲିଫ୍ଟ ହେବେ ଡାକ୍ତର

15/11/2020 at 10:20 PM

ନୂଆଦିଲ୍ଲୀ ୧୫।୧୧: ଦିଲ୍ଲୀରେ କରୋନା ପୁଣି ପ୍ରକୋପ ଦେଖାଇଛି। ଏଣୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆକ୍ସନ ମୋଡକୁ ଆସିଛନ୍ତି। ରାଷ୍ଟ୍ରୀୟ ରାଜଧାନୀରେ ବଢୁଥିବା କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଶାହ ରବିବାର ଗୃହମନ୍ତ୍ରାଳୟରେ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିରେ ସେ ୧୨ଟି ବଡ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ମେ ମାସରେ କରୋନା ଦିଲ୍ଲୀରେ ବିସ୍ଫୋରକ ରୂପ ଧାରଣ କରିଥିଲା। ସେତେବେଳେ ଅମିତ ଶାହ ପରିସ୍ଥିତି ଆୟତ୍ତ କରିବାକୁ ଅଣ୍ଟା ଭିଡିଥିଲେ। ଏଣୁ ସଂକ୍ରମଣ ହ୍ରାସ ହୋଇଥିଲା। ଏବେ ପୁଣି ସଂକ୍ରମଣ ବ୍ୟାପୁଥିବାରୁ ଶାହ ପୁଣି ପଦକ୍ଷେପ ନେଇଛନ୍ତି।

ଗୃହମନ୍ତ୍ରାଳୟରେ ଅନୁଷ୍ଠିତ ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ରାଜଧାନୀରେ କୋଭିଡ ଲାଗି ହେଉଥିବା ଆରଟିପିସିଆର ଯାଞ୍ଚକୁ ଦ୍ୱିଗୁଣିତ କରିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ଦିଲ୍ଲୀରେ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ କଥା ମଧ୍ୟ ଉଠିଥିଲା। ଏଣୁ ଗୃହମନ୍ତ୍ରୀ ସ୍ୱାସ୍ଥ୍ୟସେବାରେ କେନ୍ଦ୍ରୀୟ ସଶସ୍ତ୍ର ବଳ (ସିଏପିଏଫ) ଡାକ୍ତର ଓ ପାରାମେଡିକ କର୍ମଚାରୀଙ୍କୁ ମୁତୟନ କରାଯିବ ବୋଲି କହିଥିଲେ। ସେହିପରି ଏହି ସବୁ କର୍ମୀଙ୍କୁ ତୁରନ୍ତ ଏୟାରଲିଫ୍ଟ କରି ଦିଲ୍ଲୀ ଅଣାଯିବ ବୋଲି ମଧ୍ୟ ଗୃହମନ୍ତ୍ରୀ ଆଶ୍ୱସ୍ଥ କରିଛନ୍ତି।

ରାଜଧାନୀର ଯେଉଁ ଅଞ୍ଚଳରେ କରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଛି ସେହି ସବୁ ଅଞ୍ଚଳରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ଓ ଆଇସିଏମଆରଙ୍କ ମୋବାଇଲ ଟେଷ୍ଟିଂ ଭ୍ୟାନ ମୁତୟନ କରିବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ରାଜଧାନୀର ପ୍ରୟୋଗଶାଳା ମାନଙ୍କର ପରୀକ୍ଷଣ କ୍ଷମତାର ଉପଯୋଗ ଲାଗି ମଧ୍ୟ କହିଛନ୍ତି। ସେହିପରି ସଂକ୍ରମଣ ବଢୁଥିବା କାରଣରୁ ପୁଣି ଥରେ ଦିଲ୍ଲୀରେ ହସ୍ପିଟାଲ କ୍ଷମତା ଓ ଅନ୍ୟ ମେଡିକାଲ ଇନଫ୍ରାଷ୍ଟ୍ରକ୍ଚର ଉପଲବ୍ଧ କରାଇବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।

ଅକ୍ସିଜେନ ସୁବିଧା ଥିବା ବେଡ ଉପଲବ୍ଧତା ବଢାଇବା ଲାଗି ଛତରପୁରର ୧୦ ହଜାର ବେଡ ସମ୍ପନ୍ନ କୋଭିଡ ସେଣ୍ଟରକୁ ଆହୁରି ମଜଭୁତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଛଡା ଏମସିଡିର କିଛି ବଛା ବଛା ହସ୍ପିଟାଲକୁ ହାଲୁକା ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ଲାଗି ଡେଡିକେଟେଡ ହସ୍ପିଟାଲରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ହୋଇଛି।

   Related Posts