ପରିଶ୍ରମ କରିଥିଲେ କେତେଟା ରାଜ୍ୟରେ କଂଗ୍ରେସ ଖାତା ଖୋଲି ପାରିଥାନ୍ତା ବୋଲି କହିଲେ ଅମିତ ଶାହ

Published By : Prameya-News7 Bureau | May 23, 2019 IST

ବିଜୟୀ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ ଶହ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଂଚିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ଜନତାଙ୍କୁ ଅଭିଭାଷଣ ଦେଇଛନ୍ତି । ସେ କହିଛନ୍ତି ଯେ, ୫୦ ବର୍ଷ ପରେ ସମ୍ପୂର୍ଣ ବହୁମତ ସରକାର ଗଠନ ହୋଇଛି । ଏହା ଭାରତବର୍ଷ ପାଇଁ ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ।  ସମ୍ପୂର୍ଣ ବହୁମତରେ ଜିତି ସରକାର ଗଠନ ହେବାକୁ ଯାଉଛି । ଶାହା କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ବିହାର, ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ବିଜେପିକୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି ।
https://twitter.com/BJPLive/status/1131568550303244288

ଅମିତ ଶାହ କଂଗ୍ରେସର ଵଂଶଵାଦ ଶାସନକୁ ନେଇ ଟାର୍ଗେଟ କରିଛନ୍ତି । ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିର ମହାମେଣ୍ଟ ସତ୍ୱେ ଉତ୍ତର ପ୍ରଦେଶରେ ବିଜେପି ବହୁମତରେ ବିଜୟ ହାସଲ କରିଛି ବୋଲି ଅମିତ କହିଛନ୍ତି । ଅମିତ ଆହୁରି କହିଛନ୍ତି ଯେ, କଂଗ୍ରେସ ଯଦି ଟିକେ ପରିଶ୍ରମ କରିଥାନ୍ତ ତାହେଲେ କିଛି ରାଜ୍ୟର ଖାତା ଖୋଲି ପାରିଥାନ୍ତା । ଅମିତ ଶାହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ପେଜରୁ ଚୌକିଦାର ହଟାଇଦେଇଛନ୍ତି ।

wp:quote

बंगाल के अंदर... बंगाल के अंदर... See how BJP Karyakartas cheers 'Bharat Mata Ki Jai' #VijayiBharat pic.twitter.com/94QWhOhGkM— BJP LIVE (@BJPLive) May 23, 2019

/wp:quote {"id":115236}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.