2024 ପୂର୍ବରୁ ଦେଶରୁ ବାହାରିବେ ସବୁ ଅନୁପ୍ରବେଶକାରୀ, ଗୃମନ୍ତ୍ରୀ କହିଲେ ସାରା ଦେଶରେ ଲାଗୁ ହେବ ଏନଆରସି

Published By : Prameya-News7 Bureau | December 02, 2019 IST

ରାଞ୍ଚି ୨।୧୨:   କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରା ଦେଶରେ ଏନଆରସିଲାଗୁ ନେଇ ସୂଚନା ଦେଇଛନ୍ତି। ୨୦୨୪ ସୁଦ୍ଧା ଦେଶକୁ ଅନୁପ୍ରବେଶ ମୁକ୍ତ କରିବା ଲାଗି ବିଜେପି ଏହି କାର୍ଯ୍ୟ ଶେଷ କରିବ ବୋଲି ଶାହ ଝାରଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବହରାଗୋଡାରେ ଆୟୋଜିତ ଜନସମାବେଶକୁ କହିଛନ୍ତି।

{"id":192993,"sizeSlug":"large"}

ଏନଆରସିକୁ ଦେଶରେ କଂଗ୍ରେସ ବିରୋଧ କରୁଛି ବୋଲି ଶାହା ତାଙ୍କ ଭାଷଣରେ କହିଥିଲେ। ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଅନୁପ୍ରବେଶକାରୀ ତାଙ୍କର କଣ ହେବେ ବୋଲି ପ୍ରଶ୍ନ କରିଛନ୍ତି। ଦେଶରେ କଂଗ୍ରେସ  ଦୀର୍ଘବର୍ଷ ଶାସନ କରିଛି। ଏଥିରେ ଦେଶବାସୀଙ୍କୁ କଣ ମିଳିଛି ବୋଲି ଶାହ ଜନତାଙ୍କୁ ପ୍ରଶ୍ନ କରିଥିବା ବେଳେ  ସେମାନଙ୍କୁ ବିକାଶର ହିସାବ ମାଗିବାକୁ କହିଛନ୍ତି। ତେବେ ବିଜେପି ଏବେ କହିଲେ ଏବେ ୫ ବର୍ଷର ବିକାଶର ଚିଠା ଲୋକଙ୍କ ସମ୍ମୁଖରେ ପଢାଇବା ବୋଲି ଶାହ କହିଥିଲେ।

{"id":192994,"sizeSlug":"large"}

୨୦୧୪ ମସିହାରେ ଝାରଖଣ୍ଡ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ରଘୁବର ଦାସ ସରକାରଙ୍କୁ ମନୋନୀତ କରିଥିଲା। ସେବେଠାରୁ ଝାରଖଣ୍ଡ ବିକାଶର ରାସ୍ତାରେ ଚାଲିଥିବା କହିଛନ୍ତି ଶାହ। ଏଥର ମଧ୍ୟ ଲୋକେ ସେଇ ମନ ନେଇ ଭୋଟଦାନ କେନ୍ଦ୍ରକୁ ଯାଆନ୍ତୁ। ହେଲେ କେଉଁ ଏମଏଲଏ ନୁହଁ କି ଦଳ ନୁହେଁ ସିଧା ବିକାଶକୁ ଭୋଟ ଦିଅନ୍ତୁ ବୋଲି ଶାହ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.