ରାହୁଲଙ୍କୁ ଶାହାଙ୍କ ହମଲା, କହିଲେ- ଯୁବରାଜଙ୍କ ଟ୍ଵିଟ୍ ପାକିସ୍ତାନ ଓ ଚୀନକୁ ଖୁସି କରୁଛି

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮।୦୬: ଭାରତ-ଚୀନ ପ୍ରସଙ୍ଗକୁ ନେଇ ଗୃହ ମନ୍ତ୍ରୀ ଅମିତ୍ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଶାଣ କରିଛନ୍ତି। ସେ କହିଛନ୍ତି ରାହୁଲ ତୁଚ୍ଛ ରାଜନୀତି କରୁଛନ୍ତି। ଚୀନ ଓ ପାକିସ୍ତାନ ରାହୁଲଙ୍କ ବୟାନରେ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଆମକୁ ଆଲୋଚନାକୁ ଭୟ କରୁନି। ରାହୁଲଙ୍କୁ ଯାହା କିଛି କହିବାର ଅଛି ସଂସଦରେ ଆସି ନିଜର କଥା ରଖନ୍ତୁ। ଏହି ସମୟରେ ଯବାନ ଚୀନର ସାମ୍ନା କରୁଛନ୍ତି। ତେଣୁ ରାହୁଲଙ୍କୁ ଏପରି ବୟାନ ଦେବା ଉଚିତ୍ ନୁହେଁ ବୋଲି ଅମିତ୍ ଶାହା କହିଛନ୍ତି।

ସମାଚାର ଏଜେନ୍ସି ଏଏନଆଇ ସହିତ ଆଲୋଚନା ବେଳେ ଅମିତ୍ ଶାହା କହିଛନ୍ତି, ରାହୁଲ ଆଲୋଚନା କରିବାକୁ ଆସନ୍ତୁ। ଆଲୋଚନାକୁ ଆମେ ଡରୁନି। ୧୯୬୨ରୁ ଆଜି ପର୍ଯ୍ୟନ୍ତ ଯାହା କିଛି ଘଟିଛି ତାକୁ ନେଇ ଚ୍ୟାଲେଞ୍ଜ ହୋଇ ଯାଉ। ମାତ୍ର ଯେବେ ଦେଶର ଯବାନ ସଂଘର୍ଷ କରୁଛନ୍ତି, ସରକାର ଠୋସ୍ ପଦକ୍ଷେପ ନେଉଛନ୍ତି ସେହି ସମୟରେ ରାହୁଲଙ୍କୁ ଏପରି ହୀନ ବୟାନ ଦେବା ଉଚିତ୍ ନୁହେଁ।

wp:html /wp:html

ଆତ୍ମ ଚିନ୍ତନ କରନ୍ତୁ ରାହୁଲ

ଅମିତ୍ ଶାହା ଏହା ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ତାଙ୍କର ହ୍ୟାସଟ୍ୟାଗ୍‌ Surender Modi ପାଇଁ ଆତ୍ମ ଚିନ୍ତନ କରିବା ଉଚିତ୍। ତାଙ୍କର ଏହି ହ୍ୟାସଟ୍ୟାଗ୍‌କୁ ଚୀନ ଓ ପାକିସ୍ତାନରେ ବହୁତ ପ୍ରୋତ୍ସାହିତ କରାଯାଉଛି। ଏହା କଂଗ୍ରେସ ନେତାଙ୍କ ପାଇଁ ଚିନ୍ତାର ବିଷୟ ଯେ, ତାଙ୍କ ଟ୍ଵିଟ୍‌କୁ ଚୀନ ଓ ପାକିସ୍ତାନରେ ପ୍ରୋତ୍ସାହନ ଦିଆଯାଉଛି।

ଅମିତ୍ ଶାହା ସାକ୍ଷାତକାରରେ କଂଗ୍ରେସର ଏକ ଅଭିଯୋଗର ମଧ୍ୟ ଜବାବ ଦେଇଛନ୍ତି। କଂଗ୍ରେସ ଆରୋପ ଲଗାଇଥିଲା ଯେ, ବିଜେପି ପାର୍ଟିରେ ଗଣତନ୍ତ୍ର ନାହିଁ। ଶାହା କହିଛନ୍ତି ବିଜେପିରେ ଲାଲକୃଷ୍ଣ ଆଡଭାଣୀଙ୍କ ପରେ ରାଜନାଥ ସିଂହ, ନୀତିନ ଗଡକରୀ, ପୁଣି ରାଜନାଥ ସିଂହ, ମୁଁ ଏବଂ ଏବେ ଜେପି ନଡ୍ଡା ସଭାପତି ଅଛନ୍ତି। କଣ ଏଥିରେ କେହି ଗୋଟିଏ ପରିବାରରୁ ଆସିଛନ୍ତି କି ? ଆପଣ ଏହା କୁହନ୍ତୁ ଯେ, ଇନ୍ଦିରାଙ୍କ ପରେ ଗାନ୍ଧୀ ପରିବାର ବାହାରୁ ଆଉ କିଏ କଂଗ୍ରେସର ସଭାପତି ହୋଇଛନ୍ତି କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.