ଗୁପକାର ମେଣ୍ଟର ନେତାଙ୍କ ବିବାଦୀୟ ବୟାନକୁ ନେଇ ମୁହଁ ଖୋଲିଲେ ଅମିତ୍ ଶାହା, କହିଲେ- ଦେଶର ଭାବନା ସହିତ ନଚାଲିଲେ ତୁମ ଭେଳା ବୁଡିବ

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୧।୧୧: ଶେଷରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଜାମ୍ମୁ ଓ କାଶ୍ମୀରରେ ନିକଟରେ ଗଠିତ ଗୁପକାର ମେଣ୍ଟର ନେତାଙ୍କ ବିବାଦୀୟ ବୟାନ ଉପରେ ନିଜର ନିରବତା ଭାଙ୍ଗିଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି, ଯଦି ଏହି ସବୁ ନେତା ଦେଶର ଭାବନା ବିରୋଧରେ ଚାଲିବେ ତେବେ ଏମାନଙ୍କର ଡୁବିବା ଥୟ। ଶାହା ଟ୍ଵିଟରରେ ଗୁପକାର ମେଣ୍ଟକୁ ‘ଗୁପକାର ଗ୍ୟାଙ୍ଗ’ ଆଖ୍ୟା  ଦେଇ କହିଛନ୍ତି, ଏହି ଲୋକ ଜାମ୍ମୁ-କାଶ୍ମୀରରେ ବିଦେଶୀ ଶକ୍ତିର ଦଖଲ ଚାହାନ୍ତି। କଂଗ୍ରେସର ଗୁପକାର ମେଣ୍ଟକୁ ସମର୍ଥନ ଦେବା ଉପରେ ଶାହା କହିଛନ୍ତି, ଗୁପକାର ଗ୍ୟାଙ୍ଗ ଭାରତର ତ୍ରିରଙ୍ଗାର ଅପମାନ କରନ୍ତି। କଣ ସୋନିଆ ଜୀ ଓ ରାହୁଲ ଗୁପକାର ଗ୍ୟାଙ୍ଗର ଏମିତି ପଦକ୍ଷେପକୁ ସମର୍ଥନ କରନ୍ତି ? ତାଙ୍କୁ ଦେଶର ଜନତାଙ୍କ ସାମ୍ନାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍। ଏହି ଗ୍ଲୋବାଲ ମେଣ୍ଟର ଉଦ୍ଦେଶ୍ୟ କୌଣସି ପ୍ରକାରରେ ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ପୁନର୍ବାର ଲାଗୁ କରିବା।

ଶାହା କହିଛନ୍ତି, କଂଗ୍ରେସ ଓ ଗୁପକାର ଗ୍ୟାଙ୍ଗ ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କୁ ଆଣିବାକୁ ଚାହାନ୍ତି। ସେମାନେ ଦଳିତ, ମହିଳା ଓ ଆଦିବାସୀଙ୍କ ଅଧିକାରକୁ ଛଡାଇ ନେବାକୁ ଚାହାନ୍ତି, ଯାହା ଆମେ ଧାରା ୩୭୦ ଉଚ୍ଛେଦ କରି ଦେଇଛୁ। ଏହି କାରଣରୁ ଦେଶର ଜନତା ସେମାନଙ୍କୁ ସମସ୍ତ ଜାଗାରେ ପ୍ରତ୍ୟାଖାନ କରୁଛନ୍ତି। ଶାହା କହିଛନ୍ତି, ଜାମ୍ମୁ ଓ କାଶ୍ମୀର ସର୍ବଦା ଭାରତର ଆଭ୍ୟନ୍ତରୀଣ ଅଂଶ। ଭାରତର ଲୋକ ରାଷ୍ଟ୍ରହିତ ବିରୋଧରେ ଗଠିତ କୌଣସି ପ୍ରକାରର ଅପବିତ୍ର ଗ୍ଲୋବାଲ ମେଣ୍ଟକୁ ସହ୍ୟ କରିବେ ନାହିଁ। ଯଦି ଗୁପକର ଗ୍ୟାଙ୍ଗ ଦେଶର ମୁଡ୍‌ ସହିତ ଚାଲିବେ ନାହିଁ ତେବେ ଡୁବି ଯିବେ।

ଉଲ୍ଲେଖନୀୟ ଗୁପକାର ମେଣ୍ଟର  ବରିଷ୍ଠ ନେତା ଲଗାତାର ଦେଶ ବିରୋଧୀ ବୟାନବାଜି କରୁଛନ୍ତି। ଅକ୍ଟୋବର ୧୧ରେ ଫାରୁକ ଅବଦୁଲ୍ଲା କହିଥିଲେ ଯେ, ଚୀନ ସହାୟତାରେ ଜାମ୍ମ –କାଶ୍ମୀରରେ ପୁନର୍ବାର ଧାରା ୩୭୦ ଲାଗୁ କରାଯିବ। ପୁଣି ଅକ୍ଟୋବର ୨୪ରେ ମେହବୁବା ମୁଫତିଙ୍କ ଅତ୍ୟନ୍ତ ବିବାଦ୍ୟ ବୟାନ ସାମ୍ନାକୁ ଆସିଥିଲା। ସେ କହିଥିଲେ, କାଶ୍ମୀର ପତାକା ବ୍ୟତୀତ ସେ ଦେଶର ପତାକା ଉଠାଇବେ ନାହିଁ। ମେହବୁବାଙ୍କ ଏହି ଆଭିମୁଖ୍ୟ ଉପରେ ବିଜେପି ଗଭୀର ଚିନ୍ତା ପ୍ରକଟ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.