Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କାଲି ସାଲେପୁରରେ ଅମିତ ଶାହାଙ୍କ ସୋ, ସେପଟେ ବନା ଦଳୀୟ ଚିହ୍ନରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଆସନ୍ତୁ ଚାଲିବା ପ୍ରୋଗ୍ରାମ: ଗୋଳମାଳିଆ ରାଜନୀତି

28/01/2019 at 7:06 PM

ଭୁବନେଶ୍ବର ୨୮|୧: କାଲି ସାଲେପୁରରେ ଅମିତ ଶାହାଙ୍କ ସୋ । ଅବିଭକ୍ତ କଟକ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ସମ୍ମିଳନୀ କରିବେ ଶାହା । ଆଉ ଠିକ୍ ସେତିକି ବେଳେ ସ୍ଥାନୀୟ କଂଗ୍ରେସ ବିଧାୟକ ପ୍ରକାଶ ବେହେରା କରିବେ ଆସନ୍ତୁ ଚାଲିବା କାର୍ଯ୍ୟକ୍ରମ । ତାହା ବି ବିନା ଦଳୀୟ ଚିହ୍ନରେ । ମାନେ କାଲି ରାଜନୀତିର ସେଣ୍ଟରରେ ରହିବ ସାଲେପୁର।

କାଲି ସାଲେପୁର କମ୍ପିବ ।  କଟକ ସାଲେପୁରର କୁଳିଆ ପଡ଼ିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଡାକିଛନ୍ତି ସମ୍ମିଳନୀ । କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା ଓ ଯାଜପୁର ଲୋକସଭାମଣ୍ଡଳୀର ବୁଥ୍ ସ୍ତରରୁ ୫୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଏକାଠି ହେବେ । ତେବେ ଏଥର କଣ ଅମିତ ଶାହାଙ୍କ ଗର୍ଜନ ଶୁଣିବାକୁ ମିଳବ କି?  ଗତ ୩ଟି ଗସ୍ତରେ ନବୀନଙ୍କ ବିରୋଧରେ ମୋଦିଙ୍କ ସ୍ବର ନରମ ରହିଥିବା ବେଳେ ରାହୁଲ ଗାନ୍ଧି କିନ୍ତୁ ବିଜେପି-ବିଜେଡିକୁ ଜୋରଦାର ନିଶାନା ସାଧିଛନ୍ତି । ତେଣୁ ଏବେ ଶାହାଙ୍କ ଉପରେ ପ୍ରେସର, ମୁହଁ ଖୋଲିବେ ନା ରାଜନୀତି ସମୀକରଣ ଜଗିବେ । ମାନେ ଶାହାଙ୍କର ସେହି ପୋଡ଼ା ଟ୍ରାନ୍ସଫରର ଶାଣିତ ସ୍ବର ରହିବ ନା ସେ ବି ମୋଦିଙ୍କ ଭଳି ତେର୍ଚ୍ଛା ବାଣ ମାରିବେ ତାକୁ ନେଇ ଚର୍ଚ୍ଚା ବଢୁଛି।

 ଶାହା ତ କଟକ-କେନ୍ଦ୍ରାପଡ଼ା, ଯାଜପୁର ଜଗତ୍‌ସିଂପୁର-ର କେନ୍ଦ୍ର ସାଲେପୁରକୁ ବାଛିଲେ। ହେଲେ ଏକା ସମୟରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସାଲେପୁର ବିଧାୟକ। ବିଧାୟକ ପ୍ରକାଶ ବେହେରା ବାହାର କରିବେ ବିକାଶ ରାଲି । ହେଲେ ରାଲିର ବ୍ୟାନରରେ ରହିବନି ହାତ ଚିହ୍ନ ।  ଆସନ୍ତୁ ଚାଲିବା ନାଁରେ ପୀର ବଜାରରୁ ଏହି ରାଲି ବାହାରି ବିଧାୟକଙ୍କ ନେତୃତ୍ବରେ ପ୍ରାୟ ୧୬ କିଲୋମିଟର ଯାଏଁ ଯିବାର କାର୍ଯ୍ୟକ୍ରମ ରହିଛି  । ଏଥିରେ ସବୁ ଦଳର କର୍ମକର୍ତ୍ତା ଯୋଗ ଦେବାକୁ ଆହ୍ବାନ ଦିଆଯାଇଛି ।

ତେବେ ଠିକ୍ ଶାହାଙ୍କ ଗସ୍ତ ସମୟରେ, ନିଜ ଦଳୀୟ ଚିହ୍ନ ବିନା ପ୍ରକାଶଙ୍କ କାର୍ଯ୍ୟକ୍ରମ ଉଦ୍ଦେଶ୍ୟକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ପିସିସି ସଭାପତି କହିଛନ୍ତି, କଂଗ୍ରେସ ବ୍ୟାନର ବାହାରେ ପ୍ରକାଶଙ୍କ କାର୍ଯ୍ୟକ୍ରମର ତଦନ୍ତ କରିବ ଦଳ ।

ପୂର୍ବରୁ ହାତ ଛାଡ଼ି ଶଙ୍ଖ ଫୁଙ୍କୁଥିବା ନେତାଙ୍କ ତାଲିକାରେ ପ୍ରକାଶଙ୍କ ନାଁ ଥିବା କଥା ଉଡ଼ୁଥିଲା । ଏବେ ଦଳୀୟ ଚିହ୍ନ ବିନା ପ୍ରକାଶଙ୍କ ଆସନ୍ତୁ ଚାଲିବା କାର୍ଯ୍ୟକ୍ରମ ପଛରେ କଣ ରାଜନୀତି ଚାଲୁଛି ତାହା ଉପରେ ସମସ୍ତଙ୍କ ନଜର । ସେପଟେ ଶାହାଙ୍କ ବୋଲିବାଣୀ ଉପରେ ନଜର ରଖିଛି ବିଜେପି ରାଜ୍ୟ କ୍ୟାମ୍ପ ସହିତ ପ୍ରତିଯୋଗୀ ବିଜେଡି ଓ କଂଗ୍ରେସ।

   Related Posts