Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଅମିତ ଶାହ କହିଲେ, ‘ଶୀଘ୍ର ପୁରା ହେବ ମମତାଙ୍କ ଇଚ୍ଛା, ୨୦୨୧ରେ ବଙ୍ଗଳାରେ ବିଜେପି ସରକାର ଗଢିବେ ଜନତା’

2/06/2020 at 10:45 AM

ନୂଆଦିଲ୍ଲୀ ୦୨/୦୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତଭେଦ ଜାରି ରହିଛି | ରାଜ୍ୟର ତୃଣମୂଳ କଂଗ୍ରେସ ସରକାର କରୋନା ସଙ୍କଟ ସହ ଲଢ଼ିବା ପାନ ଅସମର୍ଥ ବୋଲି ଅଭିଯୋଗ ହୋଇଛି | ଏହାପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କମେଣ୍ଟ କରିଛନ୍ତି | ସେ କହିଛନ୍ତି, ଏତେ ଯଦି ଅସୁବିଧା ହେଉଛି ତାହେଲେ ଅମିତ ଶାହ ବଙ୍ଗଳାରେ ସରକାର ଚଳାନ୍ତୁ | ଗୃହମନ୍ତ୍ରୀ ଅମିତ ଶାହ ମମତାଙ୍କ ଏହି ବୟାନ ଉପରେ ଜବାବ ଦେଇଛନ୍ତି | ସେ କହିଛନ୍ତି ମମତାଙ୍କ ଇଛା ଅଛି ଯେ ବଙ୍ଗଳାରେ ବିଜେପି ଶାସନ କରନ୍ତୁ, ତାହେଲେ ତାଙ୍କର ଏହି ଇଛା ମଧ୍ୟ ଶୀଘ୍ର ପୁରା ହେବ | ୨୦୨୧ ରେ ବଙ୍ଗଳାରେ ବିଜେପି ସରକାର ଗଠନ କରିବ |


ଗୃହମନ୍ତ୍ରୀ ଅମିତ ଶାହ ଏକ ସାକ୍ଷାକାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି, ‘ମୁଁ ତା ସେଠାରେ ସରକାର ଚଳାଇ ପାରିବିନି, ମୁଁ ସାଂସଦ | କିନ୍ତୁ ମମତା ଦିଦିଙ୍କ ଇଚ୍ଛା ଜଲ୍ଦି ପୁରା ହେବ |’


ମମତା ବାନାର୍ଜୀଙ୍କ ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ କରୋନା ଏକ୍ସପ୍ରେସ କହିବାରୁ ଅମିତ ଶାହ କହିଛନ୍ତି ଯେ ବଙ୍ଗଳା ସହ ତାଙ୍କର କୌଣସି ଶତ୍ରୁତା ନାହିଁ | ୧୨୦୦ ରୁ ଅଧିକ ଟ୍ରେନ ଉତ୍ତର ପ୍ରଦେଶ ଯାଇଛି | ବିହାରକୁ ହଜାରେ ରୁ ଅଧିକ ଟ୍ରେନ ଯାଇଛି | କିନ୍ତୁ ବଙ୍ଗଳାକୁ ୧୦୦ଟି ଟ୍ରେନ ମଧ୍ୟ ଯାଇନି | ଯଦି ବଙ୍ଗାଳି ନିଜ ନିଜ ଘରକୁ ଯିବାକୁ ଚାହୁଁଛନ୍ତି ତାହେଲେ ତାଙ୍କର ଦୋଷ କଣ ?


ଅମିତ ଶାହ କହିଛନ୍ତି ଯେ, ୧ କୋଟି 10 ଲକ୍ଷରୁ ଅଧିକ ଲୋକ ନିଜ ନିଜ ଘରକୁ ଫେରିଛନ୍ତି | ଅନେକ ଲୋକ କ୍ଵାରେଣ୍ଟାଇନ ପୁରା କରି ନିଜ ନିଜ ପରିବାର ସହ ମଧ୍ୟ ରହୁଛନ୍ତି | ରାଜ୍ୟରେ ରିକ୍ସା ଓ ମାଇକ ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି | ଲୋକେ ମଧ୍ୟ ସରକାରଙ୍କ ଅପିଲ ଗ୍ରହଣ କରୁଛନ୍ତି | ପ୍ରବାସୀଙ୍କ ପାଇଁ ସରକାର କୌଣସି ଅବ୍ୟବସ୍ଥା କରିନାହାନ୍ତି, କିନ୍ତୁ ଦିଦିଙ୍କୁ ସବୁଥିରେ କିଛି ନା କିଛି ଭୁଲ ବାହାର କରିବାର ଥାଏ ଏବଂ ସେ ଯାହାକାଳେ ବି ବାହାର କରିବେ ବୋଲି କହିଛନ୍ତି ଅମିତ |

ରାହୁଲ ଗାନ୍ଧୀ ଗୋଟିଏ ଯୋଜନା ଧରି ବୁଲୁଛନ୍ତି | ଯୋଜନା ଅନୁଯାୟୀ ସେ ସମସ୍ତଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିବା କଥା କହୁଛନ୍ତି | କିନ୍ତୁ ଜନତା ଏହାକୁ ଅସ୍ବୀକାର କରିଛି | ମୋଦି ସରକାର ଚାଷୀ, ବରିଷ୍ଠ ନାଗରିକ, ବିଧବାଙ୍କ ଆକାଉଣ୍ଟରେ DBT ଅନୁସାରେ ଡାଇରେକ୍ଟ ଟଙ୍କା ଟ୍ରାନ୍ସଫର କରିଛନ୍ତି ବୋଲି ଅମିତ ଶାହ କହିଛନ୍ତି |

   Related Posts