୫ ବର୍ଷ ସୁଯୋଗ ଦେଲେ ଦେଲେ ଓଡିଶାକୁ ୧ ନମ୍ବର କରିଦେବୁ କହିଲେ ଅମିତ ଶାହା,ଅଭିଯୋଗ କଲେ ପଶ୍ଚିମ ଓଡିଶାକୁ ସଉତୁଣୀ ଭଳି ଦେଖୁଛି ବିଜେଡି ସରକାର

Published By : Prameya-News7 Bureau | April 01, 2019 IST

ଭୁବନେଶ୍ବର୧|୪: ୨୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଆଜି ଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ପାଳି । ବିଜେପିର ଷ୍ଟାର କ୍ୟାମ୍ପେନର ଭାବେ ଓଡ଼ିଶାରେ ପାର୍ଟିର ପ୍ରଚାର ପାଇଁ ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏବଂ ନବରଙ୍ଗପୁରରେ ଆ​‌ୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ ଅମିତ୍‌ ଶାହା । ଆଉ ସିଧା ସିଧା ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଭୋଟରଙ୍କୁ  ମାଗିଥିଲେ ୫ବର୍ଷ ।

{"id":99074,"width":591,"height":338}

ଆରମ୍ଭରୁ ଆଟାକିଂ ମୁଡ୍‌ରେ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସିଧା ସିଧା ନବୀନ ସରକାରଙ୍କୁ  ଆଉ କଂଗ୍ରେସକୁ ସାଧିଥିଲେ ନିଶାନା। କହିଥିଲେ, ନବୀନ ପଟ୍ଟନାୟକ ୧୯ବର୍ଷ ହେଲାଣି ଓଡ଼ିଶାରେ ଶାସନ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ସେ ଆଜି ପର୍ଯ୍ୟନ୍ତ ଓଡ଼ିଆ କହିପାରିଲେନି । ଆପଣମାନେ କଂଗ୍ରେସକୁ ଢ଼େର୍‌ ସମୟ ଶାସନ କରିବାର ସୁଯୋଗ ଦେଇଛନ୍ତି । ବିଜେଡିକୁ ୧୯ବର୍ଷ ହେଲାଣି ଶାସନ କରିବାର ସୁଯୋଗ ଦେଇଛନ୍ତି । ଆଉ ଓଡ଼ିଶାରେ ସେମାନେ କ’ଣ ବିକାଶ କରିଛନ୍ତି ସେ ସବୁ ଆପଣଙ୍କ ସାମ୍ନାରେ ଅଛି । ଏହାକୁ ନଜରରେ ରଖି ଥରେ ବିଜେପିକୁ ସୁଯୋଗ ଦେଇ ଦେଖନ୍ତୁ । ୫ବର୍ଷରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିଦେବୁ ।

{"id":99075,"width":590,"height":326}

ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାର ପ୍ରତିଶ୍ରୁତି ଦେଇ ୫ବର୍ଷ ସମୟ ମାଗିଲେ । ପୁଣି ଓଡ଼ିଶା ଛାଡ଼ି ସୁରଟରେ କାମ କରୁଥିବା ହଜାର ହଜାର ଓଡ଼ିଆଙ୍କ କଥା ବି ଉଠାଇଲେ । ଏଥିରେ ପଶ୍ଚିମ ଓ ମଧ୍ୟ ଓଡ଼ିଶାକୁ ରାଜ୍ୟ ସରକାର କିଭଳି ସଉତୁଣୀ ଭଳି ବ୍ୟବହାର କରିଛନ୍ତି । ପ୍ରତି କାମରେ କେମିତି କମିଶନ ନେଉଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ଛାଡ଼ି ନାହାନ୍ତି । ମହେନ୍ଦ୍ର ତନୟା ପ୍ରକଳ୍ପ ଠାରୁ ଆରମ୍ଭ କରି ବିଶୁଦ୍ଧ ପାଣି ନଯୋଗାଇ ପାରିବା, ଡାକ୍ତରଖାନାରେ ଡାକ୍ତର ନଥିବା, ଜଳସେଚନ ସମସ୍ୟା, ଆଦିବାସୀଙ୍କୁ ପଟ୍ଟା ପର୍ଯ୍ୟନ୍ତ ସବୁ କିଛି ଉଖାରି ଥିଲେ ଶାହା ।

{"id":99076,"width":596,"height":331}

ଉମରକୋଟରେ ମଧ୍ୟ ସାହା ରାଜ୍ୟ ସରକାରଙ୍କ ଉପରେ ବର୍ଷି ଛନ୍ତି । ରାଜ୍ୟରେ ୫୦ଲକ୍ଷ କଚ୍ଚାଘର ଏବେ ବି ରହିଛି ବୋଲି ଶାହା କହିଛନ୍ତି ।ପୋଡା ଟ୍ରାନ୍ସଫର୍ମରକୁ ଉଠାଇ ଫିଙ୍ଗି ଦେବା ପାଇଁ ଶାହା ତାଙ୍କ ଚିରାଚରିତ ଶୈଳୀରେ ପୁଣି କହିଥିଲେ । 

{"id":99077,"width":591,"height":326}

 ୧୯ ନିର୍ବାଚନରେ ଓଡ଼ିଶାକୁ ଫୋକସ କରିଛି ବିଜେପି । ଯାହା ଅମିତ୍‌ ଶାହାଙ୍କ ଭାଷଣରୁ ବେଶ୍‌ ସ୍ପଷ୍ଟ ହେଉଥିଲା । ଏମିତିରେ ବି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତ୍ରିପୁରାର ଉଦାହରଣ ଦେଇ ଓଡ଼ିଶା ଏଥର ନିର୍ବାଚନରେ ସାରା ଦେଶକୁ ଚମକାଇଦେଲା ଭଳି ଜନାଦେଶ ଦେବ ବୋଲି କହିଥିଲେ ।ଯାହାର ଜବାବ୍‌ରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା୍ୟକ କହିଛନ୍ତି, ୨୦୧୪ ଅପେକ୍ଷା ୧୯ରେ ବିଜେଡି ଆହୁରି ଭଲ ପ୍ରଦର୍ଶନ କରିବ । ସେପଟେ ଦଳର ଅନ୍ୟ ନେତା ମଧ୍ୟ ଅମିତ୍‌ ଶାହାଙ୍କ ଆକ୍ଷେପକୁ କାଉଣ୍ଟର କରିଛନ୍ତି ।

{"id":99078,"width":591,"height":339}

ବାକ୍ୟବାଣରେ ପ୍ରତିପକ୍ଷଙ୍କୁ ଜୋରଦାର ହମଲା କରିବା ବିଜେପି ନେତାଙ୍କ  ନିର୍ବାଚନୀ ରଣନୀତି ହୋଇପାରେ । ହେଲେ ଏହା ଭୋଟରଙ୍କୁ କେତେ ପ୍ରଭାବିତ କରିପାରିବ ତାହା ଆଗକୁ ଜଣାପଡ଼ିବ । ଆଜି ଅମିତ୍‌ ଶାହାଙ୍କ ପ୍ରଚାର ପରେ କାଲି ପୁଣି ଥରେ ଓଡ଼ିଶା ଆସୁଛନ୍ତି ମୋଦି । ଭବାନୀ ପାଟଣାରେ ଆୟୋଜିତ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.