Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

‘ଏନଆରସିକୁ ନେଇ ଟିଏମସି ମିଛ କହୁଛି, ଗୋର୍ଖାଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ’

13/04/2021 at 9:27 AM

କୋଲକାତା, ୧୩।୦୪: ଏନଆରସିକୁ ନେଇ ଟିଏମସି ମିଛ କହୁଛି । ଏନଆରସି ଲାଗୁ ହେବେ ଗୋର୍ଖାଙ୍କ ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗର କାଲିମପୋଙ୍ଗରେ ଏକ ଶୋଭାଯାତ୍ରାରେ ସେ ଏନଆରସି ପ୍ରସଙ୍ଗରେ ଟିଏମସି ଉପରେ ବର୍ଷିଛନ୍ତି ।

ଅମିତ ଶହା କହିଛନ୍ତି ଯେ,. ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରର ପ୍ରଭାବ ଗୋରଖା ସମୁଦାୟ ଉପରେ ପଡିବ ନାହିଁ । ଏନଆରସିକୁ ନେଇ ଭାରତୀୟ ଜନତା ପାର୍ଟି ବାବଦରେ ମିଛ କୁହାଯାଉଛି । ଏନଆରସି ଲାଗୁ ହେଲେ ଜଣେ ହେଲେ ଗୋର୍ଖା ବିସ୍ଥାପିତ ହେବେ ନାହିଁ । ୧୯୮୬ରେ କମ୍ୟୁନିଷ୍ଟ ପାର୍ଟି ଗୋର୍ଖାଙ୍କୁ ହେୟଜ୍ଞାନ କରିଥିଲା । ଏପରିକି ୧୨୦୦ରୁ ଅଧିକ ଗୋର୍ଖା ନିଜର ଜୀବନ ଦେଇଥିଲେ । ମମତା ବାନାର୍ଜୀ ଆସିବା ପରେ ମଧ୍ୟ ଗୋର୍ଖାମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନେକ ଗୋର୍ଖା ଜୀବନ ହାରିଛନ୍ତି । ବିଜେପି ସରକାର ଆସିଲେ ଏସଆଇଟି ଗଠନ କରି ଦୋଷୀଙ୍କୁ ଜେଲରେ ଭର୍ତ୍ତି କରିବ ।

ଶାହ ଆହୁରି କହିଛନ୍ତି ଯେ, କଂଗ୍ରେସ, ଟିଏମସି ଓ କମ୍ୟୁନିଷ୍ଟ ଗୋର୍ଖାଙ୍କ ବଳିଦାନକୁ ଭୁଲିଯାଇଛନ୍ତି । ଗୋରଖା ଓ ବିଜେପିର ମେଣ୍ଟ ଭଗବାନ ବନାଇଛନ୍ତି । ଗୋରଖା ଭାଇମାନେ ଦେଶର ସୀମାରେ ଭାରତ ମାତା ପାଇଁ ଜୀବନ ଦେବାକୁ ମଧ୍ୟ ପଛାଉ ନାହାଁନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ ହେଉଛି । ଏହାମଧ୍ୟରୁ ୪ଟି ପର୍ଯ୍ୟାୟ ଶେଷ ହୋଇଯାଇଛି । ରାଜ୍ୟରେ ୧୭ ତାରିଖରେ ଆଗାମୀ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଦିନ ୪୫ଟି ଆସନରେ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

   Related Posts