Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କୋଇଲା ହିଁ ୫ ଟ୍ରିଲିୟନ ଅର୍ଥନୀତି ହାସଲରେ ପ୍ରମୁଖ ଭୂମିକା ନେବ- ଅମିତ ଶାହ

12/01/2021 at 11:41 AM

ନୂଆଦିଲ୍ଲୀ,୧୨/୦୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଣିଜ୍ୟିକ କୋଇଲା ଖନନ ସକାଶେ ଗତ ଅକ୍ଟୋବର-ନଭେମ୍ବରରେ ହୋଇଥିବା ନିଲାମ ପ୍ରକ୍ରିୟାର ସଫଳ ବିଡ଼ରଙ୍କୁ ସୋମବାର ଖଣି ଆବଣ୍ଟନ ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଦିଗରେ କୋଇଲା ବଡ ସହାୟକ ହେବ । ଏହି କ୍ଷେତ୍ରରେ କୋଇଲା ଶିଳ୍ପର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, କୋଇଲା ଶିଳ୍ପ ପୂର୍ବରୁ ଅସ୍ୱଚ୍ଛ ଏବଂ ଜଟିଳ ରହିଥିଲା । ପୂର୍ବରୁ ଖୁବ୍‌ କମ୍‌ କମ୍ପାନି ଏଥିରୁ ଉପକୃତ ହେଉଥିଲେ । କିନ୍ତୁ ଏବେ ଏଥିରେ ବଡ଼ ମାତ୍ରାରେ ପରିବର୍ତ୍ତନ ଆସିଛି । ଛୋଟ ଛୋଟ କମ୍ପାନିଙ୍କୁ ବି କୋଇଲା ଖଣି ମିଳୁଛି । ୬ ବର୍ଷ ପୂର୍ବେ ଏହା ସମ୍ଭବ ହେଉ ନ ଥିଲା । ଭାରତରେ ବିଶାଳ କୋଇଲା ଖଣି ରହିଛି । ଏହାର ଚାହିଦା ମଧ୍ୟ ଢେର । ଆମଦାନୀ ଉପରେ ନିର୍ଭରତା କମାଇବା ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଘରୋଇ କମ୍ପାନିଙ୍କ ପାଇଁ କମର୍ସିଆଲ ମାଇନିଂ (ବାଣିଜ୍ୟିକ କୋଇଲା ଖନନ) ଖୋଲିଛନ୍ତି । ଭାରତରେ କୋଇଲା ଖନନ ରାଷ୍ଟ୍ରୀୟକରଣ ହେବାର ୪୭ ବର୍ଷ ପରେ ଘରୋଇ କମ୍ପାନିଙ୍କୁ କୋଇଲାର କମର୍ସିଆଲ ମାଇନିଂ ଏବଂ ବିକ୍ରି ଅନୁମତି ମିଳିଛି । କମର୍ସିଆଲ ମାଇନିଂର ବିଜେତା ବିଡ଼ରମାନେ ହେଲେ ଆଦାନି ଏଣ୍ଟର୍‌ପ୍ରାଇଜେସ୍‌, ହିଣ୍ଡାଲ୍‌କୋ, ବେଦାନ୍ତ ଲିମିଟେଡ୍‌, ଇସେଲ ମାଇନିଂ(ଆଦିତ୍ୟ ବିର୍ଲା ଗ୍ରୁପ୍‌), ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ ଏବଂ ଅରବିନ୍ଦୋ ରିଅଲିଟି, ୟାଜ୍‌ଦାନି ଇଣ୍ଟର୍‌ନ୍ୟାସ୍‌ନାଲ, ଜେଏମ୍‌ଏସ୍‌ ମାଇନିଂ ଭଳି କେତେକ ନୂଆ ଏବଂ ଅଣ-ମାଇନିଂ କମ୍ପାନି ।

କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଯେ, କୋଇଲା ଖଣିର ସର୍ବୋତ୍ତମ ବ୍ୟବହାର ହେଉଛି ଏବେକାରର ପ୍ରାଥମିକତା । ବାଣିଜ୍ୟିକ କୋଇଲା ଖନନ ଅଧୀନରେ ଆହୁରି ଅନେକ ଖଣିକୁ ଜାନୁଆରୀରେ ନିଲାମ ନିମନ୍ତେ ରଖାଯିବ ବୋଲି ସେ କହିଥିଲେ ।

   Related Posts