କରୋନା ସ୍ଥିତିର ସମୀକ୍ଷା କଲେ ଅମିତ ଶାହ, ଅକ୍ସିଜେନ୍ ବାହାନ ପାଇଁ କରିଡର୍ ପ୍ରତିଷ୍ଠା କରିବାକୁ ରାଜ୍ୟକୁ ନିର୍ଦ୍ଦେଶ

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ, ୨୪।୦୪:  ସାରା ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି । ଦୈନିକ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରୟାସକୁ ଜୋରଦାର୍ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ ଗୃହମନ୍ତ୍ରୀ ଅମିତ ଶାହ କରୋନା ବିପକ୍ଷ  ଲଢେଇର ମୋର୍ଚ୍ଚା ସମ୍ଭାଳିଛନ୍ତି । ଏହାସହ ସେ ଶୁକ୍ରବାର କରୋନା ସ୍ଥିତିକୁ ନେଇ ସମୀକ୍ଷା କରିବା ସହ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରାଳୟ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅକ୍ସିଜେନ ବାବଦରେ ଟିକନିକ୍ ତଥ୍ୟ ଦେବାକୁ କହିଛନ୍ତି । ଏହାସହ ବନ୍ଦ ପଡିଥିବା ଅକ୍ସିଜେନ୍ ପ୍ଲାଣ୍ଟରୁ ପୁନଃକାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଅକ୍ସିଜେନ ନେଇ ଯାଉଥିବା ବାହାନର ସୁରକ୍ଷା ବ୍ୟବସ୍ଥା ପାଇଁ କହିଛନ୍ତି । ଅକ୍ସିଜେନ୍ ପରିବହନ ନେଇ ସ୍ୱତନ୍ତ୍ର କରିଡରର ବ୍ୟବସ୍ଥା ହେଉ । ଏହାସହ ଅମ୍ଜଜାନ ପରିବହନ କରୁଥିବା ବାହାନ ଆମ୍ବୁଲାନ୍ସ ଭଳି କାର୍ଯ୍ୟ କରିବା ନେଇ ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟକୁ ଅକ୍ସିଜେନର ଆମଦାନୀ, ଉତ୍ପାଦନ ଓ ଅନ୍ତରାଜ୍ୟ ପରିବହନକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲା । ରାଜ୍ୟ ମଧ୍ୟରେ ଅକ୍ସିଜେନ ପରିବହନକୁ ନେଇ କୌଣସି ପ୍ରତିବନ୍ଧକ ଲାଗିବା ଉଚିତ ନୁହେଁ ବୋଲି ମନ୍ତ୍ରାଳୟ କହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.