Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ୍-୧୯ରୁ ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ, ଏମ୍ସ ଜାରି କଲା ବୁଲେଟିନ୍, ଖୁବଶୀଘ୍ର ଘରକୁ ଫେରିବେ

29/08/2020 at 4:56 PM

ନୂଆଦିଲ୍ଲୀ, ୨୯|୦୮:   କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ଅତିଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ଆକ୍ରାନ୍ତ ହେବା ପରେ ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସେ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି । ଅତିଶୀଘ୍ର ସେ ଘରକୁ ଫେରିବେ । ଏନେଇ ନୂଆଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆରତି ଭିଜ୍ ସୂଚନା ଦେଇଛନ୍ତି ।

ଗତ ଅଗଷ୍ଟ ୨ ତାରିଖରେ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ୧୪ ସେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ସଂକ୍ରମଣ ଜନିତ ଆଉ କିଛି ସମସ୍ୟା ହେବା ପରେ ତାଙ୍କୁ ପୁଣି ୧୮ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

   Related Posts