Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମଣିପୁରରେ ଦମ୍ଭ ଦେଖାଇଲେ ଶାହା : କହିଲେ, ‘ ବିଜେପି ଆସିବା ପରେ କମିଛି ହିଂସା ଓ ଆତଙ୍କବାଦୀ କାର୍ଯ୍ୟକଳାପ, ଦ୍ବିଗୁଣିତ ହୋଇଛି ବିକାଶ’

27/12/2020 at 4:08 PM

ଗୌହାଟୀ ୨୭/୧୨ : ପଶ୍ଚିମବଙ୍ଗରେ ରଣନୀତି ପ୍ରସ୍ତୁ କରିବା ପରେ ଗୃହ ମନ୍ତ୍ରୀ ଅମିତ ଶାହା ଏବେ ଆସାମ ଗସ୍ତରେ ଅଛନ୍ତି । ରବିବାର ସକାଳେ ଶାହା ଆସାମର ପ୍ରସିଦ୍ଧ କାମାକ୍ଷା ମନ୍ଦିର ଯାଇ ଦର୍ଶନ କରିଥିଲେ । ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ବାଲ ଏବଂ ଆସାମ ସ୍ବାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ବାଶର୍ମା ମଧ୍ୟ ସାମିଲ ଥିଲେ । କାମାକ୍ଷାରେ ଦର୍ଶନ ପରେ ଶାହା ଗୌହାଟୀରୁ ଆସି ମଣିପୁର ରାଜଧାନୀ ଇମ୍ଫାଲରେ ପହଞ୍ଚିଥିଲେ । ସେଠାରେ ଗୃହ ମନ୍ତ୍ରୀ ଅନେକଗୁଡିଏ ଯୋଜନାର ଶିଳାନ୍ୟାସ କରିଥିଲେ ।

ଏହି ଅବସରରେ ଅମିତ ଶାହା କହିଛନ୍ତି, ନର୍ଥ-ଇଷ୍ଟ୍‌କୁ ପ୍ରତିବର୍ଷ ୮୯ ହଜାର ୧୬୮ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରନ୍ତି କିନ୍ତୁ ଏହାକୁ  ବୃଦ୍ଧି କରାଯାଇ ଚଳିତ ବର୍ଷ ୩ ଲକ୍ଷ ୧୩ ହଜାର ୩୭୫ କୋଟି ଟଙ୍କା ଘୋଷଣା କରାଯାଇଛି । କଂଗ୍ରେସକୁ ଟାର୍ଗେଟ୍ କରି ଶାହା କହିଛନ୍ତି ସେ ଦଳ କେବଳ ଭୁମି ପୂଜା କରିଛି କିନ୍ତୁ କୌଣସି କାର୍ଯ୍ୟକୁ ସଂପୁର୍ଣ୍ଣ କରିନାହିଁ । ବିଜେପି ସରକାରକୁ ଆସିବା ପରେ ବାକି ଥିବା କାମଗୁଡିକ ଦୃତ ଗତିରେ ଜାରି ରହିଛି ।

ଶାହା କହିଛନ୍ତି ଆସନ୍ତା ଦିନମାନଙ୍କରେ ଆସାମରେ ଆହୁରି ବିକାଶ ହେବାର ଅଛି । ମଣିପୁରରେ ସେଣ୍ଟ୍ରାଲ୍ ସ୍ପୋର୍ଟ୍ସ ୟୁନିଭରସିଟି ଏବଂ ଫରେନ୍ସିକ୍ କଲେଜ ନିର୍ମାଣ କରାଯିବ । ମଣିପୁରରେ ଏକା ସାଙ୍ଗରେ ମୋଟ ୧୧୮୬ଟି ଷ୍ଟାର୍ଟଅପ୍ ଆରମ୍ଭ ହୋଇଛି । ଯାହାକି ଏକ ବଡ ଉପଲବ୍ଧି ବୋଲି ସେ କହିଛନ୍ତି । ପୂର୍ବରୁ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ହିଂସା ବ୍ୟାପକରୂପ ଧାରଣ କରିଥିଲା କିନ୍ତୁ ଗତ ୬ ବର୍ଷହେଲା ଏଠାରେ ସମସ୍ତ ଆତଙ୍କୀ ସଂଗଠନ ଧୂଳିସାତ ହୋଇଯାଇଛନ୍ତି ।

   Related Posts