Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଲାଲକୃଷ୍ଣ ଆଡ଼ଭାନୀଙ୍କୁ ମିଳିବନି ଟିକେଟ, ଗାନ୍ଧିନଗର ଆସନରୁ ଲଢ଼ିବେ ଅମିତ ଶାହ !

21/03/2019 at 5:25 PM

ଦିଲ୍ଲୀ ୨୧/୩ : ଲୋକସଭା ନିର୍ବାଚନ ପାଇଁ ଗୁଜରାଟ ଗାନ୍ଧୀନଗର ସଂସଦୀୟ ଆସନ ପାଇଁ ବିଜେପି କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ | ଗାନ୍ଧୀନଗର ସଂସଦୀୟ ଆସନରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ସାଂସଦ ଅଛନ୍ତି | ଏହି ଆସନରୁ କିଏ ନିର୍ବାଚନ ଲଢ଼ିବେ ସେନେଇ ଏବେ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ | ସୂତ୍ର ଅନୁଯାୟୀ, ଏହି ଆସନରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନ ଲଢ଼ି ପାରନ୍ତି | ଏହାପୂର୍ବରୁ ଅମିତ ଶାହ ଗାନ୍ଧୀ ନଗର ସଂସଦୀୟ ଆସନ ଅନ୍ତର୍ଗତ ନାରଣପୁରା ବିଧାନସଭା ଆସନରୁ ବିଧାୟକ ଥିଲେ |


ଅମିତ ଶାହ ଗାନ୍ଧୀନଗର ଆସନରୁ ଲଢ଼ିଲେ ବିଜେପିର ମିଶନ ୨୬ ପୁରା ହେବ ବୋଲି ଦଳ ଆଶା ରଖିଛି |
୯୧ ବର୍ଷ ବୟସ୍କ ଲାଲକୃଷ୍ଣ ଆଡ଼ଭାନୀ ବର୍ତ୍ତମାନ ବିଜେପିର ମାର୍ଗଦର୍ଶନ ମଣ୍ଡଳୀର ସଦସ୍ୟ ଅଛନ୍ତି | ଆଡ଼ଭାନୀ ଏବଂ ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କୁ ଟିକେଟ ସମ୍ପର୍କରେ ବିଜେପି କହିଥିଲା ଯେ, ନିର୍ବାଚନ ଲଢ଼ିବା ନିଷ୍ପତ୍ତି ଉଭୟଙ୍କ ଉପରେ ଛାଡି ଦିଆଯାଇଛି | ଆଡ଼ଭାନୀ ନିର୍ବାଚନ ଲଢ଼ିବେ ନା ନାହିଁ ସେନେଇ ଦଳ ଏବେ ଯାଏଁ ତାଙ୍କ ସହ କୌଣସି ଆଲୋଚନା କରିନାହିଁ |


ମୁରଲୀ ମନୋହର ଯୋଶୀ ଏବେ ଉତ୍ତର ପ୍ରଦେଶ କାନପୁରର ବିଧାୟକ ଅଛନ୍ତି | କିନ୍ତୁ ଚଳିତ ନିର୍ବାଚନରେ ତାଙ୍କ ଆସନ ବଦଳା ଯାଇପାରେ ବୋଲି ଆଲୋଚନା ହେଉଛି | ଆଜି ବିଜେପିର ବରିଷ୍ଠ ନେତା ତଥା ସାଂସଦ କଲରାଜ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି |


ବିଜେପି କହିଥିଲା ଯେ, ୭୫ ବର୍ଷ ବୟସ ପାର କରିଥିବା ନେତା ନିର୍ବାଚନ ଲଢ଼ି ପାରିବେ କିନ୍ତୁ ତାଙ୍କୁ କୌଣସି ମନ୍ତ୍ରୀପଦ କିମ୍ବା ସଂଗଠନରେ ପଦବୀ ମିଳିବ ନାହିଁ | ଗୁଜରାଟର ଅହମଦାବାଦରୁ ପ୍ରସିଦ୍ଧ ଅଭିନେତା ପରେଶ ରାୱଲ ନିର୍ବାଚନ ଲଢ଼ିବା ନେଇ ସମ୍ଭାବନା ରହିଛି | ପରେଶ ରାୱଲ ନିଜେ ନିର୍ବାଚନ ଲଢ଼ିବା ପାଇଁ ଚାହୁଁ ନାହାନ୍ତି ବୋଲି ଶୁଣିବାକୁ ମିଳୁଛି | ବିଜେପି ଅହମଦାବାଦ ଆସନରୁ କାହାକୁ ପ୍ରାର୍ଥୀ କରିବା ସେନେଇ ତର୍ଜମା କରୁଛି |

   Related Posts