Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଶାହଙ୍କ ଭର୍ଚୁଆଲ ରାଲି: ଓଡିଆ ବରପୁତ୍ରଙ୍କୁ ସମ୍ମାନ ଜଣାଇ ଭାଷଣ ଆରମ୍ଭ କଲେ, କଂଗ୍ରେସକୁ ଆକ୍ଷେପ, ଭାରତ ବିରୋଧିଙ୍କୁ ଚେତାବନୀ, କହିଲେ ‘ମୋଦୀ ଯାହା କୁହନ୍ତି ତାହା କରନ୍ତି’

8/06/2020 at 5:12 PM

ଭୁବନେଶ୍ୱର, ୦୮|୦୬:     କଂଗ୍ରେସ ବଂଶବାଦ, ଦୁର୍ନୀତି, ତୁଷ୍ଟୀକରଣ ରାଜନୀତିରେ ବିଶ୍ୱାସ କରେ । ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗରିବ, ଆଦିବାସୀ, ଦଳିତଙ୍କୁ ଆଗକୁ ବଢାଇବା ଦିଗରେ କାମ କରିଥିଲେ । ମୋଦୀ ଯାହା କୁହନ୍ତି ତାହା କରନ୍ତି ବୋଲି ଭର୍ଚୁଆଲ ରାଲିରେ ଓଡିଶାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।  

କରୋନା ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି ତରଫରୁ ଭର୍ଚୁଆଲ ରାଲି କରାଯାଉଛି । ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡିଶାରେ ଭର୍ଚୁଆଲ ରାଲି କରିଛନ୍ତି । ଭାଷଣ ଆରମ୍ଭରୁ ସେ ଓଡିଶାର ବରପୁତ୍ରଙ୍କୁ ସମ୍ମାନ ଜଣାଇଥିଲେ । ଓଡିଶାର ବରପୁତ୍ର ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, କୃଷ୍ଣଚନ୍ଦ୍ର ମହାରାଜ. ମଧୁସୁଦନ ଦାସ ଆଦିଙ୍କୁ ଶାହ ସ୍ମରଣ କରିଥିଲେ । ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାସଂଦ ଅପରାଜିତ ମହାନ୍ତି ଓ ବିରୋଧି ଦଳ ନେତା ମଧ୍ୟ ଉପସ୍ଥିତ ରହିଥିଲେ ।

ଶାହ କହିଛନ୍ତି ଯେ,  କଂଗ୍ରେସ ଦୁର୍ନୀତି ଓ ତୁଷ୍ଟିକରଣର ରାଜନୀତି କରିଛି । ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗରିବ, ଆଦିବାସୀ, ଦଳିତଙ୍କୁ ଆଗକୁ ବଢାଇବା ଦିଗରେ କାମ କରିଥିଲେ । ମୋଦୀ ଯାହା କୁହନ୍ତି ତାହା କରନ୍ତି । ଦେଶର ୬୦ କୋଟିରୁ ଅଧିକ ଗରିବଙ୍କ ଜୀବନରେ ଅନେକ ଉନ୍ନତି ଆଣିଛନ୍ତି । ୫୦ କୋଟି ଭାରତୀୟଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଛି । ୧୦ କୋଟି ଘରେ ଶୌଚାଳୟ ନିର୍ମାଣ କରାଯାଇଛି । ୨.୫ କୋଟି ଲୋକଙ୍କୁ ଘର ଦିଆଯାଇଛି । ସେମାନଙ୍କ ଘରେ ବିଜୁଳି ବ୍ୟବସ୍ଥା କରାଯାଇଛି । ୮ କୋଟି ଲୋକ ଉଜ୍ଜ୍ୱଳା ଯୋଜନାରେ ଉପକୃତ ହୋଇଛନ୍ତି ।

ଶାହ ଆହୁରି କହିଛନ୍ତି ଯେ, ଭାରତର ସୀମା ଲଙ୍ଘିବା ପିଲା ଖେଳ ନୁହେଁ । ଯିଏ ଭାରତର ସୀମା ଲଙ୍ଘିବ ତାକୁ ଦଣ୍ଡ ମିଳିବ । ରାମ ଜନ୍ମଭୂମି ବିବାଦ ବର୍ଷବର୍ଷ ଧରି ତାଲିଥିଲା । କେତେବେଳେ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେବ ସେନେଇ ଲୋକମାନେ ସ୍ୱପ୍ନ ଦେଖୁଥିଲେ । ବିଜେପି ଦ୍ୱିତୀୟ ଥର ବହୁମତ ପାଇ ସରକାରକୁ ଆସିଥିଲା । ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲା । ଫଳରେ କୋର୍ଟ ରାମ ଜନ୍ମଭୂମି ସପକ୍ଷର ନିଷ୍ପତ୍ତି ଦେଇଥିଲେ । ସେ ଜୟ ଜଗନ୍ନାଥ ଓ ଭାରତ ମାତା କି ଜୟ କହି ନିଜ ଭାଷଣ ସମାପ୍ତ କରିଥିଲେ ।

   Related Posts