ଛତିଶଗଡରେ ପହଁଚିଲେ ଶାହ, ନକ୍ସଲଙ୍କ ବିରୋଧରେ ନିଆଯିବ ବଡ କାର୍ଯ୍ୟାନୁଷ୍ଠାନ !

Published By : Prameya-News7 Bureau | April 05, 2021 IST

ରାୟପୁର,୦୫/୦୪:  ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି । ନକ୍ସଲଙ୍କ ଏହି ନରସଂହାର ପରେ ଆକ୍ସନ ମୋଡକୁ ଆସିଛି ଗୃହ ବିଭାଗ । ନକ୍ସଲଙ୍କ ବିରୋଧରେ ବଡ ଅପରେସନ ପାଇଁ ଯୋଜନା ଆରମ୍ଭ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଛତିଶଗଡର ଜଗଦଲପୁରରେ ପହଁଚିଛନ୍ତି । ଏଠାରେ ସେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ଏହାସହ ଅମିତ ଶାହ ହସ୍ପିଟାଲରେ ପହଁଚି ଆହତ ଯବାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୋମବାର ସକାଳେ ହିଁ ସେ ଦିଲ୍ଲୀରୁ ଜଗଦଲପୁର ଅଭିମୁଖେ ଗସ୍ତ କରିଥିଲେ । ଏଠାରେ ଶାହ ଏକ ବୈଠକ ମଧ୍ୟ କରିବେ । ଯେଉଁଥିରେ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସିଆରପିଏଫର ଅଧିକାରୀମାନେ ସାମିଲ ହେବେ ।

ଜଗଦଲପୁରର ପୋଲିସ ଲାଇନରେ ଏହି ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ବୈଠକରେ ସାମିଲ ହୋଇପାରନ୍ତି । ବୈଠକ ପରେ ଶାହ ବାସାଗୁଡା ସ୍ଥିତ ସିଆରପିଏଫ କ୍ୟାମ୍ପ ଯାଇ ଯବାନଙ୍କ ସହ ଆଲୋଚନା କରିବେ । ଯେଠାରୁ ଗୃହମନ୍ତ୍ରୀ ରାୟପୁରରେ ପହଁଚି ସଡକ ପଥରେ ରାମକୃଷ୍ଣ ହସ୍ପିଟାଲ, ନାରାୟମ ଙସ୍ପିଟାଲ ଓ ଏମଏମଆଇ ହସ୍ପିଟାଲ ଯିବେ । ଏହି ସବୁ ସ୍ଥାନରେ ସେ ଏନକାଉଣ୍ଟରରେ ଆହତ ଯବାନଙ୍କୁ ଭେଟି ଦିଲ୍ଲୀ ଫେରିଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.