କାଶ୍ମୀର ପ୍ରସଙ୍ଗରେ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ, ଯୋଗଦେଇଛନ୍ତି ଡୋଭଲଙ୍କ ସମେତ ଗୃହ ସଚିବ

Published By : Prameya-News7 Bureau | August 04, 2019 IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କାଶ୍ମୀର ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କ ସମେତ କେନ୍ଦ୍ର ଗୃହ ସଚିବ ରାଜୀବ ଗାଭା ଓ ସୈନ୍ୟ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶନିବାର ଜମ୍ମୁ-କାଶ୍ମୀର କେରେନରେ ହୋଇଥିବା ଅନୁପ୍ରବେଶ ନେଇ ଆଲୋଚନା ହୋଇଥିବା ଜଣାପଡିଛି।

{"id":140801}

ସରକାର ଅମରନାଥ ଯାତ୍ରା ବନ୍ଦ କରିଥିବା ବେଳେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଏବେ କାଶ୍ମୀର ଛାଡିବାରେ ଲାଗିଛନ୍ତି। ଏ ନେଇ ସରକାରଙ୍କ ସୁରକ୍ଷା ଏଡଭାଇଜରି ଜାରି ହେବା ପରଠାରୁ ରାଜ୍ୟରେ ମଧ୍ୟ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। କୌଣସି ଅଜ୍ଞାତ ଆତଙ୍କକୁ ନେଇ ରାଜ୍ୟବାସୀ ଏବେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଉପତ୍ୟାକାର ପ୍ରତି ଇଞ୍ଚ ଭୂମି ଏବେ ସୁରକ୍ଷା ବଳଙ୍କ କଡା ନଜରରେ ରହିଛି।

{"id":140802}

ରାଜ୍ୟରେ ଉପୁଜିଥିବା ପରିସ୍ଥିତିରେ ମୋଦି ସରକାର କିଛି ବଡ କାମ କରିବାକୁ ଯାଉଥିବା ନେଇ ଲୋକେ ସନ୍ଦେହରେ ପଡିଛନ୍ତି। ହେଲେ କାହା ପାଖରେ ଏ ନେଇ ପର୍ଯ୍ୟାପ୍ତ ତଥ୍ୟ ନାହିଁ। ତେବେ ପାକିସ୍ତାନର ବେଟ ସେକ୍ଟରରେ କିଛି ଆତଙ୍କବାଦୀ କରିଥିବା ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଥିବା ଜଣାପଡିଛି। ଭାରତୀୟ ସେନା ସେମାନଙ୍କ ଉଦ୍ଦେଶ୍ୟ ପଣ୍ଡ କରିଥିବା ବେଳେ ସେନା କାର୍ଯ୍ୟାନୁଷ୍ଠାନରେ କିଛି ଆତଙ୍କବାଦୀ ସୀମାରେ ନିହତ ହୋଇଥିବା ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.