Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଦେଶକୁ ମିଳିଲା ନୂଆ ମନ୍ତ୍ରଣାଳୟ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ପାଖରେ ମିନିଷ୍ଟ୍ରି ଅଫ୍‌ କୋ-ଅପରେସନ୍‌ର ଦାୟିତ୍ବ

7/07/2021 at 10:59 PM

ନୂଆଦିଲ୍ଲୀ ୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ ବିସ୍ତାର ବୁଧବାର ସମ୍ପନ୍ନ ହୋଇଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର କ୍ୟାବିନେଟ୍‌ ବିସ୍ତାର ଏବଂ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି। ୪୩ ଜଣ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ ନୂଆ ଚେହେରା ସାମିଲ ହୋଇଛନ୍ତି। ଏବେ ସମସ୍ତଙ୍କୁ ଦାୟିତ୍ବ ବଣ୍ଟନ ଚାଲିଥିବା ବେଳେ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇଛି ।

ସ୍ମୃତି ଇରାନୀଙ୍କ କପଡ଼ା ମନ୍ତ୍ରାଳୟ ନେଇ ପିୟୁଷ ଗୋୟଲଙ୍କୁ ଦିଆଯାଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରୁ ପେଟ୍ରୋଲିୟ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ନେଇ ହରଦୀପ ସିଂହ ପୁରୀଙ୍କୁ ଦିଆଯାଇଛି। ଧର୍ମେନ୍ଦ୍ର ପ୍ରଧାନ, ପିୟୁଷ ଗୋୟଲଙ୍କ ଭଳି ମନ୍ତ୍ରୀଙ୍କୁ ନୂଆ ଦାୟିତ୍ବ ମିଳିଛି। କିନ୍ତୁ ଏହାରି ଭିତରେ ଦେଶରେ ଏକ ନୂଆ ମନ୍ତ୍ରଣାଳୟ ଜନ୍ମ ନେଇଛି। ଯାହାର ନାଁ ରହିଛି ସଂଯୋଜନା ମନ୍ତ୍ରାଳୟ (ମିନିଷ୍ଟ୍ରି ଅଫ୍‌ କୋ-ଅପରେସନ୍‌)। ସଂଯୋଜନା ମନ୍ତ୍ରୀ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟିତ୍ବ ମିଳିଛି ।

ଅମିତ ଶାହଙ୍କ ଭଳି ଧର୍ମେନ୍ଦ୍ର ପ୍ରଧାନ ଦେଶର ନୂଆ ଶିକ୍ଷାମନ୍ତ୍ରୀ ହୋଇଛନ୍ତି। ଏହା ସହ ମନସୁଖ ମାଣ୍ଡବ୍ୟ ସ୍ବାସ୍ଥ୍ୟ ଏବଂ କେମିକାଲ ଫର୍ଟିଲାଇଜର ମନ୍ତ୍ରୀ ଭାବେ ଦାୟିତ୍ବ ପାଇଛନ୍ତି। ସେପଟେ କଂଗ୍ରେସରୁ ଆସି ବିଜେପିରେ ସାମିଲ୍‌ ହୋଇ ରାଜ୍ୟସଭା ସାଂସଦ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ହୋଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ହରଦୀପ ସିଂହ ପୁରୀଙ୍କୁ ନଗର ବିକାଶ ମନ୍ତ୍ରାଳୟ ସହ ପେଟ୍ରୋଲିୟମ ମନ୍ତ୍ରାଳୟର ଦାୟିତ୍ବ ଦିଆଯାଇଛି।

ଅନୁରାଗ ଠାକୁର ହେଲେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ । ପୂର୍ବରୁ ଏହି ଦାୟିତ୍ବରେ ଥିଲେ ରବିଶଙ୍କର ପ୍ରସାଦ। କିନ୍ତୁ କ୍ୟାବିନେଟ ବିସ୍ତାର ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ସେପଟେ ଓଡ଼ିଶାକୁ ବଡ଼ ମନ୍ତ୍ରାଳୟ ମିଳିଛି। ଗୋଟିଏ ପଟେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ଏବଂ ଦକ୍ଷତା ବିକାଶ ଦୁଇଟି ମନ୍ତ୍ରାଳୟର ଦାୟିତ୍ବ ପାଇଥିବା ବେଳେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ହୋଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ।

   Related Posts