Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଜାମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ: ଶହୀଦ ଇନ୍ସପେକ୍ଟରଙ୍କ ପତ୍ନୀଙ୍କୁ ଦେଲେ ସରକାରୀ ଚାକିରୀ

23/10/2021 at 3:08 PM

ଶ୍ରୀନଗର ୨୩/୧୦ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଶ୍ରୀନଗରରେ ପହଞ୍ଚିଛନ୍ତି। ଶ୍ରୀନଗରରେ ପହଞ୍ଚି ସେ ସିଧା ନବଗାଁ ପହଞ୍ଚି ଓ ଶହୀଦ ଇନ୍ସପେକ୍ଟର ପରଭେଜ ଅହମଦଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। ଗୃହମନ୍ତ୍ରୀ ଶହୀଦ ଇନ୍ସପେକ୍ଟରଙ୍କ ପତ୍ନୀ ଫାତିମାଙ୍କୁ ଜାମ୍ମୁ କାଶ୍ମୀର ପ୍ରଶାସନରେ ସରକାରୀ ଚାକିରୀ ଦେଇଛନ୍ତି। ଅମିତ ଶାହ ଫାତିମାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ହସ୍ତାନ୍ତର କରିଛନ୍ତି।  

ଗୃହମନ୍ତ୍ରୀ କାଶ୍ମୀରବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟିବା ପରେ କେନ୍ଦ୍ର ଶାସିତ ରାଜ୍ୟକୁ ଏହା ତାଙ୍କର ପ୍ରଥମ ଯାତ୍ରା। ସେ କାଶ୍ମୀର ଘାଟିରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରିବେ। ଅଧିକାରୀ କହିଛନ୍ତି ଯେ ଶ୍ରୀନଗର ବିମାନବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ଅମିତ ଶାହଙ୍କୁ ସ୍ୱାଗତ କରିଛନ୍ତି। ଜାମ୍ମୁ କାଶ୍ମୀର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାର ମଧ୍ୟ ଉପସ୍ଥିତ ଥିଲେ।

ଗୃହମନ୍ତ୍ରୀ ଏକ ଉଚ୍ଚ ସ୍ଥରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିବେ ଓ ଶ୍ରୀନଗର-ଶାରଜାହ ପ୍ରାଥନା ଉଡାଣକୁ ସବୁଜ ପତାକା ଦେଖାଇବେ। ଏଠାରେ ସେ ଏକ ଯୁବ କ୍ଲବ ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇପାରନ୍ତି। ୨୦୧୯ ଅଗଷ୍ଟ ୫ ୫ ତାରିଖରେ ଧାରା ୩୭୦ ହଟିବା ପରେ ଓ ଜାମ୍ମୁ କାଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ବିଭାଜନ କରିବା ପରେ ଶାହଙ୍କ ଏହା ପ୍ରଥମ କାଶ୍ମୀର ଯାତ୍ରା। ଶାହଙ୍କ ଗସ୍ତ ପାଇଁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଘାଟିରେ ଅତିରିକ୍ତ ସୁରକ୍ଷାବଳ ନିୟୋଜିତ କରାଯାଇଛି। ଅଧିକାରୀ କହିଛନ୍ତି ଯେ ଶ୍ରୀନଗରର ଅନେକ ଅଞ୍ଚଳ ସହ କାଶ୍ମୀର ଘାଟିର ବିଭିନ୍ନ ଅଂଶରେ କେନ୍ଦ୍ର ଅର୍ଦ୍ଧସୈନିକ ବଳ (ସିଆରପିଏଫ) ବଙ୍କର ତିଆରି କରାଯାଇଛି।

   Related Posts