Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଆଜି ନାମାଙ୍କନ ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

30/03/2019 at 10:58 AM

ନୂଆଦିଲ୍ଲୀ ୩୦|୩ : ଆଜି ନାମାଙ୍କନ ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା ।  ଗାନ୍ଧିନଗର ଲୋକସଭା ସିଟ୍ ପାଇଁ ନାମାଙ୍କନ ଦାଖଲ କରିବେ । ନାମାଙ୍କନ ଦାଖଲ ସମୟରେ କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ୍ ଗଡକରୀ ,ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ଶିରୋମଣି ଅକାଳୀ ଦଳର ସୁପ୍ରିମୋ ପ୍ରକାଶ ସିଂହ ବାଦଲ ଏବଂ ଲୋଜପାର ସଂସ୍ଥାପକ ରାମବିଳାସ ପାସଓ୍ବାନଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ରହିବେ । ବିଜେପି ସହଯୋଗୀ ଦଳର ନେତା ରାଜନାଥ ସିଂହ ଏବଂ ନୀତିନ ଗଡକରୀ ଭଳି କେନ୍ଦ୍ରୀୟ ମନ୍ତ୍ରୀ ଉପସ୍ଥିତ ରହିବେ ।

ଗାନ୍ଧିନଗର ସିଟ୍ ରେ ଚଳିତ ବର୍ଷ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ଅମିତ ଶାହା ନିର୍ବାଚନ ଲଢିବେ । ଆଡଭାନୀ ୧୯୯୮ରେ ସିଟ୍ ର ପ୍ରତିନିଧିତ୍ବ କରିଥିଲେ । ସବୁ ନେତା ଅହମ୍ମଦାବାଦରେ ରୋଡ୍ ସୋ ରେ ଏକସଙ୍ଗେ ରହିବେ । ବର୍ତ୍ତମାନ ଅମିତ ଶାହା ଗୁଜୁରାଟରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ଗୁଜୁରାଟରେ ସବୁ ୨୬ ସିଟ୍ ପାଇଁ ୨୩ ଏପ୍ରିଲକୁ ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ୪ ଏପ୍ରିଲ ରହିଛି ।

   Related Posts