ସରିଲା କରୋନା ପରବର୍ତ୍ତୀ ଚିକିତ୍ସା, ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେଲେ ଅମିତ ଶାହ

Published By : Prameya-News7 Bureau | September 17, 2020 IST

ନୂଆଦିଲ୍ଲୀ ୧୭/୦୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇ ଫେରିଥିବା ଶାହ ଚେକ୍‌ଅପ୍‌ ପାଇଁ ଗତ ସୋମବାର ଦିଲ୍ଲୀ ଏମ୍‌ସରେ ଭର୍ତ୍ତୀ ହୋଇଥିଲେ । ୪ ଦିନ ପରେ ସୁସ୍ଥ ହୋଇ ଫେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏହା ପୂର୍ବରୁ ଅଗଷ୍ଟ ୨ରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତୀ ହୋଇଥିଲେ ଅମିତ ଶାହ। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ୍‌ ଆଇସୋଲେସନ୍‌ରେ ରହିବେ ବୋଲି ଅଗଷ୍ଟ ୧୪ରେ ଶାହ ଟ୍ବିଟ୍‌ କରି ସୂଚନା ଦେଇଥିଲେ। ପରେ ପୁଣିଥରେ ଅଗଷ୍ଟ ୧୭ରେ ସେ ଏମ୍‌ସରେ ଭର୍ତ୍ତୀ ହୋଇଥିଲେ। ଅଗଷ୍ଟ ୩୦ରେ ଡିସ୍‌ଚାର୍ଜ ହୋଇଥିଲେ।

ପୁଣିଥରେ ଚେକ୍‌ଅପ୍‌ ପାଇଁ ସେପ୍ଟେମ୍ବର ୧୨ରେ ଏମ୍‌ସରେ ଶାହଙ୍କୁ ଭର୍ତ୍ତୀ କରାଯାଇଥିଲା।  ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଏବେ ସୁସ୍ଥ ହୋଇ ଫେରିଥିବା କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.