Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ପୁଣି ୨ ବର୍ଷ ତଳର ଷ୍ଟାଣ୍ଡକୁ ଫେରିଲେ ଶାହା, ପୁଣି ପୋଡା ଟ୍ରାନ୍ସଫର ପ୍ରସଙ୍ଗ ଉଠାଇଲେ, ବିଜେପିର ରାଜ୍ୟ ଟିମ୍ କୁ ମିଳିଲା ଜୋଶ୍

3/02/2019 at 5:30 PM

ପୁରୀ ୩|୨: ପୁରୀ  ବିଜେପି ଜନଜାତି ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ ବିଜେପି ସଭାପତି ଅମିତ ଶାହା ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅମିତ ଶାହା ପୁଣି ପୋଡା ଟ୍ରାନ୍‌ସଫର ପ୍ରସଙ୍ଗ ଉଠାଇଛନ୍ତି। ବିଜେଡିକୁ କଂଗ୍ରେସର ବି ଟିମ୍‌ ବୋଲି କହିଛନ୍ତି। ଆଉ ଅମିତଙ୍କର ଗର୍ଜନ ଶୁଣି ବିଜେପିର ରାଜ୍ୟ ଟିମ୍‌ ବି ଜୋଶ୍‌ ପାଇଯାଇଛନ୍ତି। ସେପଟେ ବିଜେଡି ଏହାର ପ୍ରତିକ୍ରିୟା ଦେଇଛି।

ପୁରୀରେ ଅମିତ ଶାହା ଗର୍ଜିଲେ । ପୁଣି ଉଠାଇଲେ ପୋଡ଼ା ପ୍ରସଙ୍ଗ। ପୁଣି କହିଲେ ବିଜେଡି ସରକାରକୁ କଗ୍ରେସର ବି ଟିମ୍। ପୁଣି ସିନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ଆକ୍ଷେପ କଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ  ଗସ୍ତ ଏବଂ ପରେ ପରେ ଅମିତ ଶାହାଙ୍କ ସାଲେପୁର ଗସ୍ତରେ ଆଭିମୁଖ୍ୟ ନରମ ଥିଲା। ଆଜି କିନ୍ତୁ ଅମିତ ଶାହା ପୁଣି ୨ ବର୍ଷ ତଳର ଷ୍ଟାଣ୍ଡକୁ ଫେରିଛନ୍ତି। ଦୋହରାଇଛନ୍ତି ସେହି ପୁରୁଣା ଡାଏଲଗ ।

କେନ୍ଦ୍ର ସରକାର ଓଡ଼ିଶାକୁ ୫ ଲକ୍ଷ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର କେନ୍ଦ୍ର ଅନୁଦାନକୁ ଅଟକାଇଦେଉଛନ୍ତି। ସେମିତି କଂଗ୍ରେସର କୃଷି ଋଣ ଛାଡ଼ ସାଙ୍ଗରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାକୁ ତୁଳନା କରିଥିଲେ। ଆଉ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧିଙ୍କୁ।

ମୋଦି ଓ ଶାହାଙ୍କଠାରୁ ଯାହା ଶୁଣିବାକୁ ଆତୁରରେ ଅପେକ୍ଷା କରିଥିଲେ ରାଜ୍ୟ ବିଜେପି ନେତାଏ। ଆଉ ଆଜି ସେମାନେ ପୁଣି ଜୋଶକୁ ଆସିଯାଇଛନ୍ତି। ରାଜ୍ୟ ବିଜେପି ନେତା ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। କଳିଙ୍ଗନଗରଠାରୁ ଗୁମଡୁମାହ, ଆବାସିକ ବିଦ୍ୟାଳୟର ଛାତ୍ରୀ ମା ହେବା ପ୍ରସଙ୍ଗ ଉଠାଇଥିଲେ। ଆଉ ସେପଟେ ଶାହାଙ୍କ ଆକ୍ଷେପର ଗଣି ଗଣି ଜବାବ ଦେଇଛି ବିଜେଡି।

ଅମିତ ଶାହା ବିଜେପି ଜନଜାତି ମୋର୍ଚ୍ଚାର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପରେ ତୁରନ୍ତ ଯାଇଥିଲେ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଆଜି ସେଠାରେ ରାତ୍ରି ଯାପନ କରିଛନ୍ତି।

   Related Posts