Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପରିଣାମ ଦେଖି ଚଳଚଞ୍ଚଳ ଶାସକ ଦଳ, ନୀତିଶଙ୍କୁ ଫୋନ୍ କଲେ ଅମିତ୍ ଶାହା, ମୁଖ୍ୟମନ୍ତ୍ରୀ ବାସଭବନରେ ଚାଲିଛି ରଣନୀତି ପ୍ରସ୍ତୁତି

10/11/2020 at 8:08 PM

ପାଟନା ୧୦।୧୧: ବିହାର ବିଧାନସଭା ନିର୍ବାଚନରେ ଜାରି ଭୋଟ୍ ଗଣତି ମଧ୍ୟରେ ଏ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡରେ ଏନଡିଏ ସରକାର ଗଢୁଥିବା ଦେଖିବାକୁ ମିଳିଛି। କିନ୍ତୁ ପ୍ରାୟ ୧୦ରୁ ୧୨ ଆସନରେ ଭୋଟ୍ ବ୍ୟବଧାନ ମାତ୍ର ୫୦୦ରୁ ୧୦୦୦ ମଧ୍ୟରେ ରହିଛି। ଏହା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଫୋନ୍ କରି କଥା ହୋଇଛନ୍ତି। ଅନ୍ୟପଟେ ବିଜେପି ବିହାର ପ୍ରଭାରୀ ଭୂପେନ୍ଦ୍ର ଯାଦବ, ରାଜ୍ୟ ସଭାପତି ସଞ୍ଜୟ ଜୟସଓ୍ଵାଲ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ ମୁଖ୍ୟମନ୍ତ୍ରୀ ବାସଭବନ ପହଞ୍ଚିଛନ୍ତି। ନିର୍ବାଚନୀ ପ୍ରାକ୍ ପରିଣାମକୁ ନେଇ ବୈଠକରେ ଆଲୋଚନା ହେଉଛି। ଏଥିସହ ଆଗାଣୀ ରଣନୀତି ପ୍ରସ୍ତୁତ ଚାଲିଛି।

ଅପରପକ୍ଷେ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିଓ୍ଵାରୀ କହିଛନ୍ତି, ଅନ୍ତିମ ପରିଣାମକୁ ଅପେକ୍ଷା କରନ୍ତୁ ମହାମେଣ୍ଟର ସରକାର ହିଁ ହେବ। ଆରଜେଡି ସାଂସଦ ମନୋଜ ଝା ମଧ୍ୟ କହିଛନ୍ତି ଯେ, ଅନ୍ତିମ ଫଳାଫଳକୁ ଅପେକ୍ଷା କରିବା ଉଚିତ୍। ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ଲାଗି ବିଜେପି ଏବେଠୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛି।

ସଦ୍ୟତମ ଖବର ଅନୁଯାୟୀ ବିଜେପି ୭୩, ଆରଜେଡି ୭୨, ଜେଡିୟୁ ୪୫, କଂଗ୍ରେସ ୨୦ ଓ ଅନ୍ୟ ୩୩ ସିଟ୍‌ରେ ବିଜୟୀ ହେଉଛନ୍ତି କିମ୍ବା ଆଗରେ ଚାଲିଛନ୍ତି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୨୨। ଟ୍ରେଣ୍ଡରେ ଏନଡିଏ ବହୁମତ ପାଇଥିଲେ ମଧ୍ୟ ମହାମେଣ୍ଟ ମଧ୍ୟରେ ସିଟ୍ ବ୍ୟବଧାନ କମ ରହିଛି।

୪୮ଟି ଆସନରେ ଭୋଟ୍ ବ୍ୟବଧାନ ୩ ହଜାରରୁ କମ ରହିଛି। ୧୩ଟି ଆସନରେ ଭୋଟ୍‌ ଅନ୍ତର ୫୦୦ରୁ ବି କମ ରହିଛି। ଏମିତି ୪ଟି ସିଟ୍‌ ରହିଛି ଯେଉଁଠି ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ୨୦୦ରୁ କମ ରହିଛି। ଅର୍ଥାତ ଗଣତି ଯେତିକି ଯେତିକି ଆଗକୁ ବଢିବ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ। ବର୍ତ୍ତମାନ ଏନଡିଏ ଆଗରେ ରହିଛି। ତେଣୁ ମହାମେଣ୍ଟର ନେତାଙ୍କ ଚେହେରାରେ ନିରାଶର ମାହୋଲ ରହିଛି। ମାତ୍ର ମେଣ୍ଟ ହାର ମାନିନାହିଁ। ଆରଜେଡି ନେତା କହୁଛନ୍ତି ରାତିରେ ଲଣ୍ଠନ ଜଳିବ। ଏନଡିଏ ଏବଂ ମହାମେଣ୍ଟ ଭିତରେ ଯେମିତି କଡା ମୁକାବିଲା ଚାଲିଛି ନେତାଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।

   Related Posts