Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଦିଲ୍ଲୀରେ ବସିବ ବିଜେପି ବରିଷ୍ଠ ନେତାଙ୍କ ବୈଠକ

ନୂଆଦିଲ୍ଲୀ ୧୩|୬: ଆଜି ଦିଲ୍ଲୀରେ ବସିବ ବିଜେପି ବରିଷ୍ଠ ନେତାମାନଙ୍କ ବୈଠକ । ଏଥିରେ ସବୁ ରାଜ୍ୟର ଅଧ୍ୟକ୍ଷ, ମନ୍ତ୍ରୀ ଓ ରାଜ୍ୟ ପ୍ରଭାରୀମାନେ ଯୋଗ ଦେବେ । ବିଜେପିର ସାଙ୍ଗଠନିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବୈଠକରେ ଆମୂଳଚୂଳ ଆଲୋଚନା ହେବ । ଆଜି ବୈଠକରେ ସାଙ୍ଗଠନିକ ନିର୍ବାଚନ ତାରିଖ ମଧ୍ୟ ସ୍ଥିର ହେବ । ଆସନ୍ତା ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ  ଅମିତ ଶାହା ସାଧାରଣ ସମ୍ପାଦକମାନଙ୍କ ବୈଠକ ଡାକିଛନ୍ତି । ତେଣୁ ସେଦିନ ମଧ୍ୟ ସାଙ୍ଗଠନିକ ଅଦଳବଦଳ ନେଇ ଚର୍ଚ୍ଚା ହୋଇପାରେ । ତେବେ ନିର୍ବାଚନ ସରିବା ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ଡିସେମ୍ବର ପର୍ଯ୍ୟନ୍ତ ଅମିତ ଶାହା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିବେ । ଆନୁଷ୍ଠାନିକ ଭାବେ ନିର୍ବାଚନ ସରିବା ଯାଏଁ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀରେ ରହିବେ । ବର୍ତ୍ତମାନ ପାଇଁ ଜଣେ କାର୍ଯ୍ଯକାରୀ ଅଧ୍ୟ ମଧ୍ୟ ନିଯୁକ୍ତ ହେବାର ସମ୍ଭାବନା ଥିବା ନେଇ ସୂଚନା ମିଳୁଛି ।

99 Views

   ସମ୍ବନ୍ଧିତ ଖବର