Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

୫୬ ବର୍ଷ ବୟସରେ ପଦାର୍ପଣ କଲେ ଅମିତ ଶାହ, ମୋଦି ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

22/10/2020 at 10:13 AM

ନୂଆଦିଲ୍ଲୀ ୨୨/୧୦: ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହଙ୍କ ଜନ୍ମଦିନ। ୫୬ ବର୍ଷରେ ପାଦ ଥାପିଛନ୍ତି ଶାହ। ଜନ୍ମଦିନ ଅବସର​ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୀୟୁଷ ଗୋଏଲ, ନିତିନ ଗଡ଼କରି ଓ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ମୋଦି ଜନ୍ମଦିନର ଶୁଭେଚ୍ଛା ଦେବା ସହ କହିଛନ୍ତି ଯେଉଁ ପ୍ରକାରରେ ସେ ଦେଶର ବିକାଶ ଦିଗରେ ଯୋଗଦାନ ଦେଉଛନ୍ତି ତାର ସମସ୍ତେ ସାକ୍ଷୀ ଅଛନ୍ତି। ବିଜେପିକୁ ମଜବୁତ କରିବା ଦିଗରେ ତାଙ୍କର ଯୋଗଦାନ ଖୁବ୍ ଗୁରୁତ୍ବପୂଣ୍ଣ। ଈଶ୍ବର ତାଙ୍କୁ ଭାରତର ସେବା ଓ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି।

ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଭେଟ ୧୯୮୭ରେ ହୋଇଥିଲା। ମୋଦି ଓ ଶାହ ଗୁଜରାଟରୁ କଂଗେସକୁ କ୍ଷମତାରୁ ବାହାର କରିବା ସହ ବିଜେପିକୁ ଏମିତି ଏକ ସ୍ତରରେ ଆଣି ଛିଡ଼ା କରିଛନ୍ତି ଯାହାକୁ କେହି ଦୋହଲାଇ ପାରୁବାକୁ ଏଯାଏଁ ସକ୍ଷମ ହୋଇ ନାହାନ୍ତି। ବିଜେପି ଯେତେବେଳେ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର ରାଜନୀତିରେ ଆଣିବା ନିଷ୍ଟିତ୍ତି ନେଲେ ସେତେବେ​‌ଳେ ମଧ୍ୟ ଶାହ ଏ ଦିଗରେ ସାଥ୍ ଦେଇଥିଲେ।

ସେହିପରି ଯୋଗୀ , ନୀତିନ ଗଡ଼କରି, ପୀୟୁଷ ଗୋଏଲ ମଧ୍ୟ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ ସେ କରୋନାରେ ସଂକ୍ରମିତ ହୋଇ ଥିଲେ। କରୋନାରୁ ସୁସ୍ଥ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ କିଛି ଦିନ ଦିଲ୍ଲୀ ଏମ୍ସରେ ରହିବାକୁ ପଡ଼ିଥିଲା। ସେଠାରୁ ସୁସ୍ଥ ହୋଇ ଆସିବା ପରେ ପୁଣି ତାଙ୍କ କାର୍ଯ୍ୟଭାର ସମ୍ଭାଳିଲେ।

   Related Posts