ସ୍ୱାଧୀନତା ପରେ ରୁଦ୍ରପ୍ରୟାଗ ପହଞ୍ଚିବାରେ ଅମିତ ଶାହ ପ୍ରଥମ ଗୃହ ମନ୍ତ୍ରୀ, ବାବା ରୁଦ୍ରନାଥଙ୍କ ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

Published By : Prameya-News7 Bureau | January 28, 2022 IST

ଡେହେରାଡୁନ,୨୮/୦୧: ସ୍ୱାଧୀନତାର ୭୫ ବର୍ଷରେ ଦେଶର ପ୍ରଥମ ଗୃହ ମନ୍ତ୍ରୀ ଭାବେ ଅମିତ ଶାହ ରୁଦ୍ରପ୍ରୟାଗରେ ପହଞ୍ଚିଛନ୍ତି । ସେଠାରେ ସେ ନାରଦ ମୁନୀଙ୍କ ତପସ୍ୟାସ୍ଥଳୀରେ ବାବା ରୁଦ୍ରନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହା ପୂର୍ବରୁ କେବଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଏହି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।  

ଅଳକାନନ୍ଦା-ମନ୍ଦାକିନୀ ନଦୀର ସଙ୍ଗମସ୍ଥଳ ରୁଦ୍ରପ୍ରୟାଗର ଧାର୍ମିକ ମହତ୍ୱ ରହିଛି। ଏହି ସ୍ଥାନକୁ ଭଗବାନ ଶିବଙ୍କ ରୁଦ୍ର ନାଁରେ ସମସ୍ତେ ଜାଣନ୍ତି । ପୌରଣିକ ମାନ୍ୟତା ଅନୁସାରେ ଭଗବାନ ବ୍ରହ୍ମାଙ୍କ ପୁତ୍ର ନାରଦ ଋଷି ଏଠାରେ ୧୦୦ ବର୍ଷ ପର୍ଯ୍ୟନ୍ତ ଭାଗବାନ ଶିବଙ୍କ ତପସ୍ୟା କରିଥିଲେ।

 କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗୁଲାରାବରାୟରୁ ରୁଦ୍ରପ୍ରାୟଗ-ଗୌରୀକୁଣ୍ଡ ହାଇୱେ ଦେଇ ରୁଦ୍ରନାଥରେ ମନ୍ଦିର ପହଞ୍ଚିଥିଲେ। ଏହି ଅତି ପ୍ରାଚନୀ ମନ୍ଦିରରେ ଅନେକ ବଡ ରାଜନୈତିକ ବ୍ୟକ୍ତିଙ୍କ ଏପରି ସମାଗମ ପ୍ରଥମ ଘଟଣା । ମନ୍ଦିରର ମହନ୍ତ ଧର୍ମାନନ୍ଦ ଗୌରୀ କହିଛନ୍ତି, ପ୍ରାଚୀନ ମନ୍ଦିରରେ ଦେଶର ଗୃହ ମନ୍ତ୍ରୀଙ୍କ ଆଗମନ ଖୁସିର ବିଷୟ। ଏହାସହ ଏହି ପ୍ରାଚୀନର ପୁର୍ନଉଦ୍ଧାର ସହ ମନ୍ଦିରର ପ୍ରଚାର-ପ୍ରସାର ପାଇଁ ଆଗାମୀ ଦିନରେ ଗୃହ ମନ୍ତ୍ରୀ ପଦକ୍ଷେପ ନେବେ ବୋଲି ସେ ବିଶ୍ୱାସ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.