ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ୩ ଦିନିଆ କାର୍ଯ୍ୟକାରିଣୀ ; ଆସନ୍ତାକାଲି ଯୋଗଦେବେ ଅମିତ ଶାହ
23/09/2018 at 3:28 PM

ପୁରୀ ୨୩|୯: ପୁରୀରେ ଆଜିଠୁ ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ । ସଂଧ୍ୟା ୫ଟାରୁ ପୁରୀରେ ୩ ଦିନିଆ ମହିଳା କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗଦେବେ । ପ୍ରତି ବୁଥରେ ବିଜେଡିର ମହିଳା ବିରୋଧୀ ନୀତିକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ଲକ୍ଷ୍ୟ ରହିଛି । ପ୍ରତି ବୁଥ୍ ରେ ଅତିକମ୍ ରେ ୫ ମହିଳା କାର୍ଯ୍ୟକର୍ତ୍ତା ସଚେତନ କରାଇବେ । ଏ ନେଇ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ବିଜେପିର ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ଉପରେ ଜବାବ ରଖିଛି ବିଜେଡି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ନାରୀଙ୍କ ଉପରେ ବିପଦ ଆସିଲେ ମୁଖ୍ୟମନ୍ତ୍ରୀ ଆଗକୁ ଆସୁଛନ୍ତି । ଅଯଥା ଦିଲ୍ଲୀ ନେତା ଏଠି ଆସି ମୁଣ୍ଡ ପୁରାନ୍ତୁ ନାହିଁ ।