କାଶ୍ମୀରରେ ବିକାଶ ନିଶ୍ଚୟ, ସୀମା ନିର୍ଦ୍ଧାରଣ ପରେ ନିର୍ବାଚନ- ଅମିତ ଶାହ

Published By : Prameya-News7 Bureau | October 24, 2021 IST

ନୂଆଦିଲ୍ଲୀ ୨୪/୧୦:   ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ସେ କାଶ୍ମୀରବାସୀଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି । କାଶ୍ମୀରକୁ ଭାରତ ସରକାରଙ୍କ ସହଯୋଗ ନିରନ୍ତର ଭାବେ ମିଳିଥାଏ । ବହୁତ ଦୁର୍ଦ୍ଦିନ ଦେଖିଛି କାଶ୍ମୀର, ଏବେ ଏଠାରେ ବିକାଶ ହେବ ବୋଲି କହିଛନ୍ତି ଶାହ ।

କାଶ୍ମୀର ଯୁବକଙ୍କୁ ସମ୍ବୋଧନ କରି ଶାହ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ଯୁବକଙ୍କ ସହ ମିଶିଲେ ଶାନ୍ତି ଓ ଆନନ୍ଦ ଅନୁଭବ ହୋଇଥାଏ । କାଶ୍ମୀର ଯୁବକଙ୍କୁ ସୁଯୋଗ ମିଳିଲା ପରେ ସୀମା ନିର୍ଦ୍ଧାରଣ ମଧ୍ୟ ଭଲ ଭାବେ ହୋଇପାରିବ । ସୀମା ନିର୍ଦ୍ଧାରଣ ପରେ ନିର୍ବାଚନ ହେବ । ଏହାପରେ ରାଜ୍ୟ ମାନ୍ୟତା ବି ମିଳିପାରିବ । ସେ ନିଜେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବେ । ଘାଟିର ବିକାଶକୁ କେହି ହେଲେ ରୋକିପାରିବେ ନାହିଁ ।

ଅନେକ ଜମ୍ମୁ-କାଶ୍ମୀରର କର୍ଫ୍ୟୁକୁ ନେଇ ପ୍ରଶ୍ନ କରୁଥିଲେ । କିନ୍ତୁ କୌଣସି କର୍ଫ୍ୟୁ ନାହିଁ । କାଶ୍ମୀରର କେତେ ଲୋକଙ୍କ ଜୀବନ ଯାଇଛି ସେମାନେ ତାହା ଜାଣିପାରୁ ନାହାଁନ୍ତି । କାଶ୍ମୀରର ଅନେକ ଯୁବକଙ୍କ ଜୀବନ କର୍ଫ୍ୟୁ ଓ ଇଣ୍ଟରନେଟ୍ ବନ୍ଦ ପାଇଁ ବଞ୍ଚିପାରିଛି । ୭୦ ବର୍ଷ ହେଲା ଏଠାରେ ୩ଟି ପରିବାର ଶାସନ କରୁଥିଲେ । ଏହି ସୀମାରେ ୪୦ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଏଠାରେ ଅଧିକ ପଥରମାଡ ହେଉଥିଲା । କିନ୍ତୁ ଏବେ ହେଉନାହିଁ । ପୂର୍ବରୁ ମାତ୍ର କିଛି ଲୋକଙ୍କ ପାଖରେ ସରକାରୀ ଯୋଜନା ପହଁଚୁଥିଲା ଏବେ କିନ୍ତୁ ସେଥିରେ ପରିବର୍ତ୍ତନ ହୋଇଥିବା ଶାହ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.