Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତି ସମୀକ୍ଷା କରିବାକୁ ଭୁବନେଶ୍ବରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

1/07/2018 at 11:44 AM

ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତି ସମୀକ୍ଷା କରିବାକୁ ଭୁବନେଶ୍ବରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏବେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମ ପର୍ଯାୟରେ ଶାହ ଜିଲ୍ଲା ପ୍ରଭାରୀମାନଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବାହ୍ନରେ ଅମିତ ଶାହ
ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହା ପରେ ବାଇକ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟକୁ ଅମିତ ଶାହାଙ୍କୁ ନିଆଯାଇଥିଲା । ଓଡିଶାରେ ମିଶନ ୧୨୦ ପ୍ଲସ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ତୃଣ ମୂଳ ସ୍ତରରେ ସାଂଗଠନିକ ସ୍ଥିତି ସମୀକ୍ଷା କରୁଛନ୍ତି ଶାହ । ଏବେ ପ୍ରଦର୍ଶନୀ ପଡିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୁରୀ, ଭୁବନେଶ୍ବର ଏବଂ କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ୨୧ ବିଧାନସଭା ନିର୍ବାଚନୀମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତରୁ ଆସିଥିବା ୨ ଜଣ ଲେଖାଏଁ ପ୍ରମୁଖ ନେତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଲୋଚନା କରିବେ

   Related Posts