‘ସେବା ସପ୍ତାହ’ ଅଭିଯାନରେ ଦିଲ୍ଲୀର ଏମସରେ ଝାଡୁ ମାରିଲେ ଅମିତ ଶାହା ଏବଂ ଜେ.ପି. ନଡ୍ଡା

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ ୧୪|୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉଦ୍ଦେଶ୍ୟରେ ଦଳ ଲଞ୍ଚ୍ କରିଥିବା ‘ସେବା ସପ୍ତାହ’ ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଦିଲ୍ଲୀର ଏମସରେ ଝାଡୁ ମାରୁଥିବାର ଦେଖିବାକୁ ମିଳିଥିଲା ।

ସେମାନେ ଝାଡୁ ମାରୁଥିବା ବେଳେ ହସ୍ପିଟାଲର ଅନ୍ୟ ଷ୍ଟାଫ୍ ମାନେ ବି ଉପସ୍ଥିତ ଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ୍ ଏବଂ ଦିଲ୍ଲୀ ବିଧାୟକ ବିଜେନ୍ଦ୍ର ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଏହି ଅଭିଯାନରେ ଅମିତ ଶାହା ଏବଂ ଜେ ପି ନଡ୍ଡା ଏମସରେ ଭର୍ତ୍ତି ହୋଇଥିବା ପିଲାମାନଙ୍କୁ ଭେଟି ଫଳ ବାଣ୍ଟିଥିଲେ।

ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ୧୪ ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ପୂର୍ଣ୍ଣ ଜୀବନକୁ ରାଷ୍ଟ୍ର ଏବଂ ଗରିବଙ୍କ ସେବାରେ ସମର୍ପଣ କରିଦେଲେ । ତେଣୁ ତାଙ୍କ ପାଇଁ ପାର୍ଟି ପକ୍ଷରୁ ଜନ୍ମଦିନର ଭେଟି ସ୍ବରୂପ ସେବା ସପ୍ତାହ ପାଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.