କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ପୁଣି AIIMSରେ ଭର୍ତ୍ତି, ୧୨ ଦିନ ତଳେ ମେଡିକାଲରୁ ହୋଇଥିଲେ ଡିସଚାର୍ଜ

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ ୧୩।୦୯: କିଛି ଦିନ ତଳେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଅସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଅମିତ ଶାହାଙ୍କୁ  AIIMSରେ ଭର୍ତ୍ତି କରାଯାଇଛି । ଶନିବାର ଦିନ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଛି ।

ମିଳିଥିବା ଖବର ଅନୁଯାୟୀ, କରୋନାରୁ ସଂକ୍ରମଣରୁ ସୁସ୍ଥ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । କିନ୍ତୁ ଗତକାଲି ରାତିରେ ନିଶ୍ୱାସ ନେବାରୁ ଅଧିକ ଅସୁବିଧା ହେବାରୁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ କରୋନାରୁ ସୁସ୍ଥ ହେବା ପରେ ଦେଖାଶୁଣା ପାଇଁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ଗତ ୩୧ ତାରିଖ ଦିନ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।

{"id":329016,"sizeSlug":"large"}

ଗୃହମନ୍ତ୍ରୀ ଅମିତ ଶାହା ଗତ ମାସ ମାନେ ଅଗଷ୍ଟ ୨ ତାରିଖରେ କରୋନା ସଂକ୍ରମଣ ହୋଇଥିଲେ । ସେ କୋଭିଡ଼ ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ ।ଯାହାପରେ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ୧୪ ଅଗଷ୍ଟ ଦିନ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହାର ୪ଦିନ ପରେ ମାନେ ୧୮ଅଗଷ୍ଟ ଦିନ ପୋଷ୍ଟ-କୋଭିଡ କେୟାର ନିମନ୍ତେ AIIMSରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ସେ ମେଡିକାଲରୁ ହିଁ ନିଜ ମନ୍ତ୍ରାଳୟର କାର୍ଯ୍ୟ କରୁଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.