ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ନେଇ ଟିଏମ୍‌ସିକୁ ଆକ୍ଷେପ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

Published By : Prameya-News7 Bureau | May 15, 2019 IST

ନୂଆଦିଲ୍ଲୀ ୧୫|୫: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ନେଇ ସିଧା ସିଧା କ୍ଷମତାରେ ଥିବା ଟିଏମସିକୁ ଆକ୍ଷେପ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ୬ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ  ପଶ୍ଚିମବଙ୍ଗକୁ ବାଦ୍ ଦେଲେ ଦେଶରେ ଅନ୍ୟ କେଉଁଠି ନିର୍ବାଚନୀ ହିଂସା ହୋଇଥିବା ଖବର ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅମିତ ଶାହ।

ପଶ୍ଚିମବଙ୍ଗରେ ଟିଏମସି କେବଳ ୪୨ଟି ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଛି। କିନ୍ତୁ ବିଜେପି ସାରା ଦେଶରେ ନିର୍ବାଚନ ଲଢୁଛି। ବିଭିନ୍ନ ରାଜ୍ୟରେ ଅନେକ ଦିନ ଧରି କ୍ଷମତାରେ ରହିଥିବା ଲୋକପ୍ରିୟ ସରକାରଙ୍କ ବିରୋଧରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛି । ହେଲେ କୌଣସି ରାଜ୍ୟରେ ପଶ୍ଚିମବଙ୍ଗ ପରି ବିଜେପି କର୍ମୀଙ୍କ ବିରୋଧରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିନି।

ନିର୍ବାଚନୀ ହିଂସା ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଅମିତ ଶାହ। କ୍ଷମତାରେ ୧୯ ବର୍ଷ ଶାସନରେ ରହିବା ପରେ ବି ଓଡିଶାରେ ବିଜେପି କର୍ମୀଙ୍କ ବିରୋଧରେ କୌଣସି ନିର୍ବାଚନୀ ହିଂସା ହୋଇଥିବା ନଜିର ନାହିଁ। ଓଡିଶାରେ ୪ଟି ପର୍ଯ୍ୟାୟରେ ସୁରୁଖୁରୁରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା କହିଛନ୍ତି ଅମିତ ଶାହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.