କରୋନା ମୁକାବିଲାରେ ଅନ୍ୟ ଦେଶଙ୍କ ତୁଳନାରେ ଭାରତର ସ୍ଥିତି ଭଲ ଅଛି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେଲେ ଅମିତ ଶାହା

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧/୧୧ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ରାଜଧାନୀ ଚେନ୍ନାଇ ଗସ୍ତରେ ଯାଇଛନ୍ତି । ଶାହାଙ୍କ ଏହି ଗସ୍ତ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ବାମୀ କହିଛନ୍ତି ଯେ, ବିଜେପି ସହିତ ଗଠବନ୍ଧନ ଜାରି ରହିବ । ୨୦୨୧ରେ ବିଜେପି ସହ ମିଶି ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ପାଲାନିସ୍ବାମୀ ।

{"id":365499,"sizeSlug":"large"}

ତେବେ ତାମିଲନାଡୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅମିତ ଶାହା କହିଛନ୍ତି ଯେ, ସାରା ବିଶ୍ବ କରୋନାର ପ୍ରକୋପ ହନ୍ତସନ୍ତ ହେଉଛି । କିନ୍ତୁ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କରୋନା ମହାମାରୀ ବିରୁଦ୍ଧରେ ଦୃଢ ସଂଗ୍ରାମ ଜାରି ରହିଛି । ଅନ୍ୟ ବିକଶିତ ଦେଶମାନଙ୍କ ତୁଳନାରେ ଭାରତ ଏବେ ଭଲ ସ୍ଥିତିରେ ଅଛି ଏବଂ ସେମାନଙ୍କ ତୁଳନାରେ ଭାରତ ଭଲ ଭାବେ କରୋନା ମୁକାବିଲା କରୁଛି ବୋଲି ଶାହା କହିଛନ୍ତି ।

{"id":365500,"sizeSlug":"large"}

ଶାହା ଆହୁରୀ ମଧ୍ୟ କହିଛନ୍ତି ମହାନ ଜନନେତ୍ରୀ ଜୟଲଳୀତାଙ୍କ ତାମିଲନାଡୁରେ ଯେଉଁଭଳି ଭାବେ ବିକାଶ ହୋଇଛି, ଆଗକୁ କେ. ପାଲାନିସ୍ବାମୀଙ୍କ ନେତୃତ୍ବରେ ମଧ୍ୟ ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ । ଶାହା କହିଛନ୍ତି, ଭାରତ ଇତିହାସରେ ତାମିଲନାଡୁ ହେଉଛି ସଂସ୍କୃତି ସମ୍ପର୍ଣ୍ଣ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । ଯିଏକି ସାରା ବିଶ୍ବରେ ଭାରତର ଯଶ ରଖିଛି । ସଂସ୍କୃତି, କଳା, ବିଜ୍ଞାନ ଏବଂ ଶିଳ୍ବ କ୍ଷେତ୍ରରେ ବିକାଶ କରିଛି ତାମିଲନାଡୁ ।

wp:core-embed/twitter {"url":"https://twitter.com/AmitShah/status/1329828354506194945?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1329828354506194945%7Ctwgr%5E\u0026ref_url=https%3A%2F%2Fwww.aajtak.in%2Findia%2Fpolitics%2Fstory%2Fhome-minister-amit-shah-to-lay-foundation-stone-for-many-projects-on-visit-to-tamil-nadu-1165283-2020-11-21","type":"rich","providerNameSlug":"twitter","className":""}
https://twitter.com/AmitShah/status/1329828354506194945?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1329828354506194945%7Ctwgr%5E&ref_url=https%3A%2F%2Fwww.aajtak.in%2Findia%2Fpolitics%2Fstory%2Fhome-minister-amit-shah-to-lay-foundation-stone-for-many-projects-on-visit-to-tamil-nadu-1165283-2020-11-21
/wp:core-embed/twitter

ତାମିଲନାଡୁ ଗସ୍ତର ଦିନକ ପୂର୍ବରୁ ଶାହା ଟ୍ବିଟ କରି କହିଥିଲେ ‘ଆସନ୍ତାକାଲି ତାମିଲନାଡୁ ଆସୁଛି । ସେଠାରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ, ଶିଳ୍ପାୟନ କ୍ଷେତ୍ରର ଉଦଘାଟନ ହେବ’ । ବିହାରରେ ସଫଳତା ପାଇବା ପରେ ଏବେ ବିଜେପିର ନଜର ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଉପରେ ରହିଛି । ଦୁଇ ରାଜ୍ୟରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହାରି ଭିତରେ ଗୃହ ମନ୍ତ୍ରୀ ଅମିତ ଶାହା ତାମିଲନାଡୁରେ ପହଞ୍ଚି ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବା ସହ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ମନ୍ତ୍ରଣା କରଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.