କାଲି ଆସିବେ ଅମିତ ଶାହ, ୧୬ରେ ଆସିବେ ମୋଦି

Published By : Prameya-News7 Bureau | April 11, 2019 IST

ଭୁବନେଶ୍ବର ୧୧|୪: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ପୁଣି ନିର୍ବାଚନୀ ପ୍ରଚାରରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଆସନ୍ତାକାଲି କେନ୍ଦୁଝରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ ଅମିତ ଶାହ । ଆସନ୍ତା ୧୭ତାରିଖରେ ବଡମ୍ବା ଓ ଢେଙ୍କାନାଳରେ ଆୟୋଜିତ ସଭାରେ ଯୋଗଦେବେ ।

ସେହିଭଳି ଆସନ୍ତା ୧୬ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁରଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ ମୋଦି । ସନ୍ଧ୍ୟା ୫ଟାରେ ବରମୁଣ୍ଡା ପଡିଆରେ ଆୟୋଜିତ ସଭାରେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.