ଆସନ୍ତା ୭ରେ ଓଡିଶା ଆସିବେ ଅମିତ ଶାହା
4/04/2019 at 2:59 PM

ଭୁବନେଶ୍ବର ୪|୪: ପୁଣି ଓଡିଶା ଆସିବେ ବିଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମିଶନ ୧୨୦ ଲକ୍ଷ୍ୟ ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଅମିତ ଶାହା ଆସନ୍ତା ୭ତାରିଖରେ ଓଡିଶା ଆସୁଛନ୍ତି । ଆଉ ମାତ୍ର ଦିନ କେଇଟା ପରେ ମତଦାନ ହେବ । ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ଜାତୀୟ ରାଜନୈତିକ ଦଳର ନେତା ଓଡିଶା ଗସ୍ତରେ ଆସୁଛନ୍ତି । ସବୁ ଦଳ ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କଲେଣି । ଅମିତ ଶାହା ପୋଲସରା ଏବଂ ବରଗଡରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଗତ ୧ ତାରିଖରେ ଅମିତ ଗଜପତି ଜିଲ୍ଲା ଗସ୍ତରେ ଆସି ବିଜେପି କର୍ମୀଙ୍କୁ ଉଦବୋଧନ ଦେଇଥିଲେ ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021