ଗଜପତି ମହାରାଜାଙ୍କ ସହ କଥା ହେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨।୦୬: ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ଶୁଣାଣି ଜାରି ରହିଛି । ଗୋଟିଏ ପଟେ ରଥଯାତ୍ରା ଶୁଣାଣି ଚାଲୁଥିବା ବେଳେ ଆଉ ଗୋଟିଏ ପଟେ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ କାର୍ଯ୍ୟ ଜୋରସୋରରେ ଚାଲିଛି ।  ପୁରୀରେ ତିନିରଥ ଉପରେ ଆଜ୍ଞାମାଳ ବିଜେ ହୋଇଛି । ଏହାସହିତ ବିଭିନ୍ନ ନୀତିକାନ୍ତି ମଧ୍ୟ ଜାରି ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରଥଯାତ୍ରା ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣିରେ ବିନା ଭକ୍ତରେ ରଥଯାତ୍ରା କରିବାକୁ କେନ୍ଦ୍ର ସମର୍ଥନ ଜଣାଇଛି । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ଏନେଇ ତଥ୍ୟ ରଖିଛନ୍ତି । ସେପଟେ ଗଜପତି ମହାରାଜାଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ।

{"id":265296,"sizeSlug":"large"}

ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଜପତିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ମହାପ୍ରଭୁଙ୍କ ନୀତିକାନ୍ତି ତଥା ରଥଯାତ୍ରା  ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଏନେଇ ବିଜେପି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.