ରାହୁଲ କହିଥିଲେ ୩୭୦ ହଟିଲେ ରକ୍ତର ନଦୀ ବହିବ, ହେଲେ ଏଯାଏଁ କାଶ୍ମୀରରେ ଗୋଟେ ବି ଗୁଳି ଫୁଟିନି କହିଲେ ଅମିତ ଶାହ

Published By : Prameya-News7 Bureau | October 10, 2019 IST

ସାଙ୍ଗଲୀ : ମହାରାଷ୍ଟ୍ର ସାଙ୍ଗଲୀରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାକୁ ଗୁରୁବାର ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଂଗ୍ରେସ ଓ ସହଯୋଗୀ ଏନସିପିକୁ କାଶ୍ମୀର ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି। କାଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ନିରସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଯେତେବେଳେ ସଂସଦରେ ପ୍ରସ୍ତାବ ଆଗତ କଲେ ସେତେବେଳେ କଂଗ୍ରେସ ଓ ସହଯୋଗୀ ଏନସିପି ଏହାର ଦୃଢ ବିରୋଧ କରିଥିଲେ ବୋଲି ଶାହ କହିଛନ୍ତି । କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସେଠାରେ ରକ୍ତର ନଦୀ ବହିବ ବୋଲି ସଂସଦକୁ ଡରାଇଥିଲେ । ହେଲେ ଦୁର୍ଭାଗ୍ୟର କଥା ସେଠାରେ ଏଯାଏଁ ଗୋଟେ ଗୁଳି ବି ଫୁଟିନି ବୋଲି କହିଛନ୍ତି ଅମିତ ଶାହ ।

{"id":168370}

ଭୋଟ ବ୍ୟାଙ୍କ ରାଜନୀତିରେ କଂଗ୍ରେସ ଓ ଏନସିପି ସଂସଦରେ ବିଧେୟକକୁ ତୀବ୍ର ବିରୋଧ କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ଜାତିସଂଘ ସାଧାରଣ ଅଧିବେଶନରେ ଯୋଗ ଦେଇ ଫେରିଛନ୍ତି। କାଶ୍ମୀର ପ୍ରସଙ୍ଗରେ ସଗ୍ର ବିଶ୍ୱ ଏବେ ଭାରତ ସହ ଛିଡା ହୋଇଥିବା ବେଳେ କାଶ୍ମୀରକୁ ନେଇ ରାଜନୀତି କରୁଥିବା ପାକିସ୍ତାନ ଏବେ ଏକାକୀ ଗୋଟିଏ କୋଣରେ ଛିଡା ହୋଇଛି। କେବଳ ସେତିକି ନୁହେଁ ଦେଶର ସୁରକ୍ଷା ମଜଭୁତ ହୋଇଥିବା ବେଳେ ଏବେ ଶତ୍ରୁମାନେ ମଧ୍ୟ ସତର୍କ ହୋଇଗଲେଣି ବୋଲି କହିଛନ୍ତି ଅମିତ ଶାହ। ସେମାନେ ଜାଣିଗଲେଣି ଯଦି ଭାରତୀୟ ସେନାର ଜଣେ ବି ଜବାନକୁ ଆଘାତ ଲାଗେ ତେବେ ସେମାନଙ୍କୁ ୧୦ ଜଣ ସାଥୀଙ୍କୁହରାଇବାକୁ ପଡିବ ।

{"id":168371,"width":581,"height":325}

ଦେଶରେ ମନମୋହନ ସିଂହଙ୍କ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବେଳେ ସେମାନେ ଯେତେବେଳେ ଚାହୁଁଥିଲେ ସୀମାରେ ପଶି ଆମର ସୈନିକଙ୍କୁ ହତ୍ୟା କରୁଥିଲେ। କେବଳ ସେତିକି ନୁହେଁ ମୁଣ୍ଡ ବି କାଟି ନେଉଥିଲେ। ଏହାଠାରୁ ବଳି ଲଜ୍ଜାଜନକ ଆଉକଣ ଥାଇପାରେ ବୋଲି ଶାହ କହିଛନ୍ତି। ଆଗାମୀ ୨୧ ତାରିଖରୁ ମହାରାଷ୍ଟ୍ର ବିଧାନସଭା ଲାଗି ନିର୍ବାଚନ ଆରମ୍ଭ ହେବ। ଅକ୍ଟୋବର ୨୪ ତାରିଖରେ ଭୋଟ ଗ୍ରହଣ ଶେଷ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.