ସାଲେପୁର କମ୍ପିଲା : ଶାହା ଖେଳିଥିଲେ ଭାଷା କାର୍ଡ , ରତ୍ନଭଣ୍ଡାର ସୁରକ୍ଷା କଥା ଉଠାଇ ଓଡ଼ିଶାକୁ ଲକ୍ଷ୍ମୀ ଅସନ୍ତୁଷ୍ଟ ବୋଲି କହିଲେ

Published By : Prameya-News7 Bureau | January 29, 2019 IST

ସାଲେପୁର୨୯|୧: ହିନ୍ଦୀ  ହାର୍ଟ ଲ୍ୟାଣ୍ଡରୁ ପଦ୍ମ ପାଖୁଡା ଖସିବା ପରେ ଏବେ ବିଜେପି ଫୋକସରେ ଓଡିଶା  । କଟକ ସାଲେପୁରର ବିଜେପି ରାଷ୍ଟ୍ରୀୟ  ଅଧ୍ୟକ୍ଷ ଅମିତ୍ ଶାହା ଭାଷା ଓ ସଂସ୍କୃତି କାର୍ଡ ଖେଳିଛନ୍ତି । ଯଦିଓ ରାଜ୍ୟ ସରକାରଙ୍କୁ ଏବଂ କଂଗ୍ରେସକୁ ଆକ୍ଷେପ କରି ଅମିତ ଶାହା କର୍ମୀଙ୍କୁ ଗରମ  କରିବାକୁ ଚେଷ୍ଟା କରିଥିଲେ ସେପଟେ ସେହି ସାଲେପୁରରେ ଶାହାଙ୍କୁ କାଉଣ୍ଟର କରିଥିଲେ ବିଧାୟକ ପ୍ରକାଶ ବେହେରା।

{"id":79577,"width":596,"height":356}

ସାଲେପୁର କମ୍ପିଲା । ଚାଲିଲା ସମାନ୍ତରଳ ଶକ୍ତି ପ୍ରଦର୍ଶନ।    ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା କୁଳିଆ ପଡ଼ିଆରେ  ଗର୍ଜିଥିଲେ। ଏତିକିବେଳେ ସର୍ବଦଳୀୟ ସମର୍ଥନ ନେଇ ପଦଯାତ୍ରା କରିଥିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା। 

{"id":79578}

ତିନି ତିନିଟା  ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନୈ ସନୈ ସମାଲୋଚନା କରିଯାଇଥିଲେ। କିନ୍ତୁ ଶାହା ଏଥର ଗର୍ଜିଥିଲେ।  ରାଜ୍ୟ ବିଜେପି ନେତାଏ ଯାହା ଚାହୁଁଥିଲେ କିଛି ସେମିତି ମୁହଁ ଖୋଲିଥିଲେ।  କଂଗ୍ରେସ ଓ ବିଜେଡି ବିରୋଧରେ ଧୁମ୍‌ ବର୍ଷିଥିଲେ । ଆଉ ଶାହା ଖେଳିଥିଲେ ଭାଷା କାର୍ଡ, ଖେଳିଥିଲେ ଉତ୍କଳ ପ୍ରଦେଶର ଐତିହ୍ୟର କାର୍ଡ, ଖେଳିଥିଲେ ଗରିବୀ କାର୍ଡ। ଆୟୁଷ୍ମାନ ଭାରତ ଯୋଜନା କାହିଁକି ଲୋକଙ୍କୁ ମିଳୁନି ତା’ର ଜବାବ ନବୀନ ଦିଅନ୍ତୁ ବୋଲି କହିଥିଲେ ଅମିତ୍‌ । ମୋଦି ସରକାର ଓଡ଼ିଶାକୁ ୫ ଲକ୍ଷ ୧୩ ହଜାର କୋଟି ଦେଇଛନ୍ତି। ସେ ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଆଉ ରତ୍ନଭଣ୍ଡାର ସୁରକ୍ଷା କଥା ଉଠାଇ ଓଡ଼ିଶାକୁ ଲକ୍ଷ୍ମୀ ଅସନ୍ତୁଷ୍ଟ ବୋଲି କହିଛନ୍ତି।

{"id":79579,"width":600,"height":413}

ଏପଟେ ଅମିତ୍‌ ଶାହା କୁଳିଆପଡିଆରେ କଂଗ୍ରେସ ଓ ବିଜେଡି ଉପରେ ଗର୍ଜୁଥିବା ବେଳେ ସେପଟେ ସାଲେପୁର ବିଧାୟକ ପ୍ରକାଶ ବେହେରା ବିକାଶ ରାଲି ପାଦ ଚାଲୁଥିଲେ । କଂଗ୍ରେସ ବିଧାୟକ ପ୍ରକାଶ ବେହେରା ତାଙ୍କ ବ୍ୟାନରରେ ଦଳୀୟ ଚିହ୍ନ ରଖିନଥିଲେ । ତେବେ ପ୍ରଶ୍ନ ଉଠୁଛି ପ୍ରକାଶ ବେହେରା  ନିର୍ଦ୍ଦଳୀୟ ରାଲି କରିଥିଲେ ନା ଯୋଜନାବଦ୍ଧ ଭାବେ ଶାହାଙ୍କୁ କାଉଣ୍ଟର କରିବାକୁ ସେ ପାଇଥିଲେ ସମର୍ଥନ । ଆସନ୍ତୁ ଚାଲିବା ନାଁରେ ପୀର ବଜାରରୁ ରାଲି ବାହାର କରିଥିଲେ ପ୍ରକାଶ । ପ୍ରକାଶ କହିଛନ୍ତି ରାଜନୀତିରେ ପରିବର୍ତ୍ତନର ସମୟ ଆସିଛି ।

{"id":79580,"width":598,"height":375}

ପ୍ରକାଶ ବେହେରା ସିନା ଶାହାଙ୍କୁ କାଉଣ୍ଟର କରିବାକୁ ୧୬ କିଲୋମିଟର ଚାଲିଥିଲେ ଏପଟେ ଶାହାଙ୍କ ଗର୍ଜନକୁ ଜବାବ ଦେଇଛନ୍ତି ବିଜେଡି ଓ କଂଗ୍ରେସ। ଅମିତ ଶାହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ହେଲିକପ୍ଟରରେ ସାଲେପୁର ସତ୍ୟଭାମାପୁରରେ ପହଞ୍ଚିଥିଲେ । ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

{"id":79581,"width":600,"height":387}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.