Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବରରେ ଅମିତ ଶାହା : CAA ସପକ୍ଷ ସମାବେଶରେ ଯୋଗଦେବେ ଗୃହମନ୍ତ୍ରୀ

ଭୁବନେଶ୍ବର ୨୮।୦୨: ଭୁବନେଶ୍ବରରେ ଅମିତ ଶାହା । ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଲେ ଶାହା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବୈଠକରେ ଯୋଗଦେବା ପରେ ଜନତା ମଇଦାନରେ ବିଜେପି ପକ୍ଷରୁ ଆୟୋଜିତ ସିଏଏ ସପକ୍ଷ ସମାବେଶରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ ଶାହ । ଏନେଇ ବିଜେପି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ସେହିପରି ସନ୍ଧ୍ୟା ୬ଟାରୁ ହୋଟେଲ ମେ’ ଫେୟାରରେ ଆରମ୍ଭ ହେବ ବିଜେପିର ଦଳୀୟ କର୍ମକର୍ତ୍ତାଙ୍କ ବୈଠକ । ସଙ୍ଗଠନ ସଂରଚନା ଓ ଦଳୀୟ ରଣନୀତି ନେଇ ବିଜେପିର ନେତାଙ୍କୁ ମନ୍ତ୍ର ଦେବେ ଶାହ ।

ସେଠାରୁ ସିଧା ପୁରୀ ଯାଇ ରାତ୍ରିଯାପନ କରିବେ । ଶନିବାର ସକାଳୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଏହାପରେ ଭୁବନେଶ୍ବର ଫେରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ । ତାପରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । 

   Related Posts