Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଅଭିଷେକ ବଚ୍ଚନଙ୍କୁ ଆଲିଙ୍ଗନ କରି କ୍ବାରେଣ୍ଟାଇନ୍ ରହିବାକୁ ଚାହଁନ୍ତି ଅମିତ ସାଧ : ଲେଖିଲେ ଇମୋସନାଲ୍ ପୋଷ୍ଟ୍

21/07/2020 at 6:59 PM

ମୁମ୍ବାଇ ୨୧/୭: ବଲିଉଡ ଅଭିନେତା ଅମିତ ସାଧ ଏବେ ନିଜ ଓ୍ବେବ୍ ସିରିଜ ବ୍ରିଥ ସିଜନ୍ ୨କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରେ ସେ ଅଭିଷେକ ବଚ୍ଚନଙ୍କ ସହ କାମ କରିଛନ୍ତି। ଏବେ ଅଭିଷେକ ବଚ୍ଚନ ବାପା ଅମିତାଭ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନ,ଆରାଧ୍ୟାଙ୍କ ସହ ହସ୍ପିଟାଲରେ କରୋନା ଚିକିତ୍ସା କରୁଛନ୍ତି। ଏପରି କ୍ଷେତ୍ରରେ ଅମିତ ସାଧ ,ଅଭିଷେକଙ୍କ ପାଇଁ ଏକ ଇମୋସନାଲ୍ ନୋଟ୍ ସେୟାର କରିଛନ୍ତି।

ଅମିତ ସାଧ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅଭିଷେକ ବଚ୍ଚନଙ୍କ ସହ ନିଜର କିଛି ଫଟୋ ସେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି,‘ ୟେ ମୋର ସିନିୟର,ମୋର ଭାଇ,ଅଭିଷେକ ବଚ୍ଚନଙ୍କ ପାଇଁ। ସେ ଅଭିନେତା,ଯାହାକୁ ମୁଁ ଗୁରୁ,ଯୁବକ,ବଣ୍ଟି ଔର ବବଲି ପରଠୁ ପାଖରୁ ଦେଖୁଛି ଏବଂ ଫଲୋ କରୁଛି। ଭାଇ,ମୁଁ କେବଳ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ବେଷ୍ଟ ସିନିୟର ହେବା ପାଇଁ ଧନ୍ୟବାଦ। ଏକ ଅଭିନେତା ହେବା ପାଇଁ ଧନ୍ୟବାଦ। ଯିଏ ମୋତେ ନିଜ ସମାନ ଭାବିଛନ୍ତି। ଆପଣ ମୋତେ କେବେ ନିଜଠୁ କମ୍ ଅନୁଭବ କରିବାକୁ ଦେଇ ନାହାନ୍ତି।’

‘ବ୍ରିଥ ରେ ଆପଣଙ୍କ ବିନା କବୀର ସାଓ୍ବନ୍ତ ଭାବେ ମୋର ପର୍ଫମାନ୍ସ ଅଧୁରା। ଆପଣ ମୋତେ ପ୍ରେରିତ କରନ୍ତି ଏବଂ ମୁଁ ଆପଣଙ୍କ ସହ କାମ କରିବା ପାଇଁ ସେଟକୁ ଫେରିବାକୁ ଅପେକ୍ଷା କରି ପାରିବି ନାହିଁ ମୋତେ ଜେ ଏବଂ ଅବିନାଶ ସ ପ୍ରେମ ହୋଇଯାଇଛି। ସେମାନେ ଭଲ ବନ୍ଧୁ ହୋଇଯାଇଛନ୍ତି। ମୋତେ କବୀର ଏବଂ ଅବିନାଶଙ୍କ ମଧ୍ୟରେ ହୋଇଥିବା ରିଲେସନଶିପ୍ ପସନ୍ଦ ଅଟେ।’

ଅମିତ ସାଧ ଶେଷରେ ଲେଖିଛନ୍ତି,‘ ସେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ମିଷ୍ଟର ବଚ୍ଚନ ଏବଂ ଆପଣଙ୍କ ପୂରା ପରିବାର କୋଭିଡ-୧୯ରୁ ଠିକ୍ ହୋଇ ଶୀଘ୍ର ଘରକୁ ଫେରି ଆସନ୍ତୁ ଯାହା ଦ୍ବାରା ଆମେ ଟାଇଟ୍ ହଗ୍ କରି ପାରିବୁ। ଯଦି ଏଥିପାଇଁ ମୋତେ ସେମାନେ ଦୁଇ ସପ୍ତାହ ପାଇଁ କ୍ବାରେଣ୍ଟାଇନ୍ କରିବାକୁ ଚାହୁଁଛନ୍ତି ତେବେ ମୁଁ ମା​‌ସେ ପାଇଁ ପ୍ରସ୍ତୁତ ଅଛି। ଆପଣଙ୍କୁ ବହୁତ ଭଲ ପାଏ ଭାଇ। ଆପଣଙ୍କୁ ଦେଖା କରିବା ପାଇଁ ଏବେ ଅପେକ୍ଷା କରି ପାରିବି ନାହିଁ।’

   Related Posts