Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମୋଦିଙ୍କୁ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀଙ୍କ ପ୍ରଶ୍ନ, ଦେଶରୁ କୁଆଡେ ଗଲେ ୩୫ ହଜାର ଏଣ୍ଟରପ୍ରିନିୟର ?

21/10/2021 at 7:31 PM

କୋଲକାତା ୨୧।୧୦:  ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଗୁରୁବାର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଆରୋପ ଲଗାଇଛନ୍ତି। ୩ ପୃଥକ ପୃଥକ ଅଧ୍ୟୟନକୁ ଆଧାର କରି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରର୨୦୧୪-୨୦୨୧ କାର୍ଯ୍ୟକାଳରେ ଉଚ୍ଚ ନେଟୱର୍ଥର ଅନୁନ୍ୟ ୩୫ ହଜାରରୁ ଅଧିକ ଏଣ୍ଟରପ୍ରିନିୟର ଭାରତରୁ ପଳାଇଥିବା ମିତ୍ର ଅଭିଯୋଗ କରିଛନ୍ତି। ଏଥିଲାଗି ମିତ୍ର ନିଜେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଓ ଏହା କଣ ‘ଭୟ’ ଯୋଗୁ କି ବୋଲି ପ୍ରଶ୍ନ କରିଛନ୍ତି।

ଏଣୁ ଭାରତରୁ ଏଣ୍ଟରପ୍ରିନିୟରମାନଙ୍କର ଏପରି ପଳାୟନ ନେଇ ପ୍ରଧାନମନ୍ତ୍ରୀ ସଂସଦରେ ଶ୍ୱେତପତ୍ର ଉପସ୍ଥାପନ କରନ୍ତୁ ବୋଲି ମିତ୍ର ତାଙ୍କ ଟ୍ୱିଟରରେ ଦାବି କରିଛନ୍ତି।  ଏ ନେଇ ସେ କରିଥିବା ପୋଷ୍ଟରେ ‘ପଳାୟନରେ ଭାରତ ବିଶ୍ୱର ଶୀର୍ଷ ସ୍ଥାନରେ କାହିଁକି ? ଏହାର କାରଣ କ’ଣ ଭୟ ମନବୃତ୍ତି କି? ’  ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଣ୍ଟରପ୍ରିନିୟରଙ୍କ ଏପରି ପଳାୟନରେ ଭାରତ ସରକାରଙ୍କୁ ସଂସଦରେ ଶ୍ୱେତପତ୍ର ଉପସ୍ଥାପନ କରିବା ଜରୁରି ନୁହେଁ କି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଏହି ସବୁ ଏଣ୍ଟରପ୍ରିନିୟରମାନେ  ଏନଆରଆଇ ଓ ଇମ୍ମିଗ୍ରାଣ୍ଟ ଭାବେ ଦେଶରୁ ପଳାଇଛନ୍ତି। ସେ ମୋର୍ଗାନ ଷ୍ଟେନଲିଙ୍କ ରିପୋର୍ଟକୁ ଆଧାର କରି ୨୦୧୪-୧୮ ମଧ୍ୟରେ ଉଚ୍ଚ ନେଟୱର୍ଥ ସମ୍ପନ୍ନ ୨୩ ହଜାର ଉଦ୍ୟମୀ ଭାରତ ଛାଡିଥିବା ସୂଚିତ କରିଛନ୍ତି। ସେହିପରି ୨୦୧୯ରେ ୭ହଜାର ଉଦ୍ୟମୀ ଦେଶ ଛାଡିଥିବା ଏଫ୍ରୋଏସିଆ ବ୍ୟାଙ୍କ ସୂଚନା ଆଧାରରେ କହିଥିବା ବେଳେ ଜିଡବ୍ଲୁଏମ ରିଭ୍ୟୁ ଅନୁସାରେ ୫୦୦୦ ଭାରତୀୟ ଉଦ୍ୟମୀ ଦେଶ ଛାଡିଛନ୍ତି।  

ଏଥିରେ ମିତ୍ର ଅତୀତରେ ପିୟୁଷ ଗୋୟଲଙ୍କ ଏକ ଅଭିଭାଷଣର ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି। ଉଦ୍ୟମୀଙ୍କ ଲାଗି ଗୋୟଲଙ୍କ ଏହି ଭାଷଣ ପ୍ରାୟ ୧୯ ମିନିଟର ଥିଲା। ଯେଉଁଥିରେ ଭାରତୀୟ ଉଦ୍ୟୋଗଙ୍କ କାମ କରିବାର ଶୈଳୀ ରାଷ୍ଟ୍ରହୀତ ବିରୋଧୀ ବୋଲି ସେ କହିଥିଲେ ହେଁ ପ୍ରଧାନମନ୍ତ୍ରୀ ଏପରି ଭାଷଣ ଲାଗି ତାଙ୍କୁ ତାଗିଦ୍ ମଧ୍ୟ କରିନଥିଲେ।  ଏହି ଭାଷଣରେ ଭୟଭୀତ ହୋଇ ଉଦ୍ୟମୀମାନେ ଦେଶ ଛାଡି ନାହାନ୍ତିତ ବୋଲି ମିତ୍ର ପ୍ରଶ୍ନ କରିଥିବା ବେଳେ ପରେ ଭାରତ ପ୍ରତି ଉଦ୍ୟମୀଙ୍କୁ ଆକର୍ଷିତ କରିବା ଲାଗି ସରକାରଙ୍କ ପକ୍ଷରୁ ସେଭଳି କୌଣସି ଆଖି ଦୃଷିଆ ପଦକ୍ଷେପ ମଧ୍ୟ ନିଆ ଯାଇ ନଥିବା ଅଭିଯୋଗ କରିଛନ୍ତି।

   Related Posts